କଟକ: ବିଶ୍ୱ ମଧୁମେହ ଦିବସ ଅବସରରେ ଆରଏସଏସଡିଆଇର ପଦଯାତ୍ରା

କଟକ: ଆଜି ବିଶ୍ୱ ମଧୁମେହ ଦିବସ। ମଧୁମେହ ରୋଗ ନେଇ ଆଜି ପୂରା ବିଶ୍ୱରେ ସଚେତନତା କ୍ୟାମ୍ପେନ୍ କରାଯାଉଛି। ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୧ମସିହାରୁ ଏହି ଦିବସ ପାଳନ କରାଯାଉଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ରୋଗ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱର ୧୬୦ଟି ଦେଶରେ ମଧୁମେହ ଦିବସ ପାଳନ ହେଉଛି। ୨୦୧୪ରୁ ୨୦୧୬ ମଧ୍ୟରେ ଏହି ଦିବସର ଥିମ୍ ରହିଛି ‘ସୁସ୍ଥ ଜୀବନ ଓ […]

daibetis

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 08:25 AM IST

କଟକ: ଆଜି ବିଶ୍ୱ ମଧୁମେହ ଦିବସ। ମଧୁମେହ ରୋଗ ନେଇ ଆଜି ପୂରା ବିଶ୍ୱରେ ସଚେତନତା କ୍ୟାମ୍ପେନ୍ କରାଯାଉଛି। ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୧ମସିହାରୁ ଏହି ଦିବସ ପାଳନ କରାଯାଉଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ରୋଗ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱର ୧୬୦ଟି ଦେଶରେ ମଧୁମେହ ଦିବସ ପାଳନ ହେଉଛି। ୨୦୧୪ରୁ ୨୦୧୬ ମଧ୍ୟରେ ଏହି ଦିବସର ଥିମ୍ ରହିଛି ‘ସୁସ୍ଥ ଜୀବନ ଓ ମଧୁମେହ’। ତେବେ ଚଳିତ ବର୍ଷ ଦିନ ଆରମ୍ଭ ସୁସ୍ଥ ଖାଦ୍ୟରୁ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ପକ୍ଷରୁ ମଧୁମେହ ଦିବସ ପାଳନ କରାଯାଉଛି।
ବିଶ୍ୱ ମଧୁମେହ ଦିବସ ଅବସରରେ କଟକରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ରିସର୍ଚ ସୋସାଇଟି ଫର୍ ଦି ଷ୍ଟଡି ଅଫ୍ ଡାଏବେଟିସ୍ ଇନ୍ ଇଣ୍ଡିଆ (ଆରଏସଏସଡିଆଇ)ର ଓଡ଼ିଶା ଶାଖା ପକ୍ଷରୁ ପଦଯାତ୍ରା କରାଯାଇଛି। କଟକ ବଡ ମେଡିକାଲରୁ ବାହାରି ପଦଯାତ୍ରା ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲା। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ଏଥିରେ ସାମିଲ ହୋଇଥିଲେ। ସନ୍ତୁଳିତ ଆହାର ଓ ଦୈନିକ ବ୍ୟାୟାମ ଦ୍ୱାରା ମଧୁମେହ ରୋଗଠାରୁ ଦୂରେଇ ରହିହେବ ବୋଲି ଏଥିରେ ମତପ୍ରକାଶ ପାଇଛି।

Related story