ଆସ୍କା: ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ହଳ ବୁଲାଇଲେ ଗ୍ରାମବାସୀ
ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତରେ ଶୁଭ ଦିଆଯାଇଥିବା ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ଗାଁ ଲୋକେ ଆଜି ସେଠାରେ ହଳ ବୁଲାଇଛନ୍ତି। ଏଠାରେ ରହୁଥିବା ୬୦ଟି ହରିଜନ ପରିବାର କହିଛନ୍ତି ଯେ ଏହି ଜାଗା ସେମାନଙ୍କ ପୂର୍ବପୁରୁଷଙ୍କର। ତେଣୁ ସେମାନେ ଏହି ଜାଗାକୁ ବିଦ୍ୟୁତ୍ ସବଷ୍ଟେସନ୍ ନିର୍ମାଣ ପାଇଁ ଛାଡିବୁ ନାହିଁ। ଅନ୍ୟପଟେ ଏହି ସ୍ଥାନରେ କୃଷ୍ଣସାର ମୃଗ ଅବାଧରେ ବିଚରଣ କରୁଥିବାରୁ ସେଠାରେ ବିଦ୍ୟୁତ୍ ସବଷ୍ଟେସନ୍ ସ୍ଥାପନକୁ ଗଞ୍ଜାମ ଜିଲା କୃଷ୍ଣସାର […]
ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତରେ ଶୁଭ ଦିଆଯାଇଥିବା ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ଗାଁ ଲୋକେ ଆଜି ସେଠାରେ ହଳ ବୁଲାଇଛନ୍ତି। ଏଠାରେ ରହୁଥିବା ୬୦ଟି ହରିଜନ ପରିବାର କହିଛନ୍ତି ଯେ ଏହି ଜାଗା ସେମାନଙ୍କ ପୂର୍ବପୁରୁଷଙ୍କର। ତେଣୁ ସେମାନେ ଏହି ଜାଗାକୁ ବିଦ୍ୟୁତ୍ ସବଷ୍ଟେସନ୍ ନିର୍ମାଣ ପାଇଁ ଛାଡିବୁ ନାହିଁ।
ଅନ୍ୟପଟେ ଏହି ସ୍ଥାନରେ କୃଷ୍ଣସାର ମୃଗ ଅବାଧରେ ବିଚରଣ କରୁଥିବାରୁ ସେଠାରେ ବିଦ୍ୟୁତ୍ ସବଷ୍ଟେସନ୍ ସ୍ଥାପନକୁ ଗଞ୍ଜାମ ଜିଲା କୃଷ୍ଣସାର ମୃଗ ସୁରକ୍ଷା ସଂଘ ବିରୋଧ କରୁଛି ।