ଆଠଗଡ଼: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଆଠଗଡ଼: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ କଖଡ଼ି ଗାଁରେ ଏକ ହାତୀର ମୃତ୍ୟୁ ଘଟିଛି। ଗାଁ ନିକଟ ବିଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଶନିବାର  ବିଳମ୍ବିତ ରାତିରେ ଏକ ହାତୀ ପଲ ଗାଁର ଏକ ବିଲ ଭିତରକୁ ପଳାଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ଆଠଗଡ଼ ଡିଏଫଓ […]

athagarh

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 06:13 AM IST

ଆଠଗଡ଼: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ କଖଡ଼ି ଗାଁରେ ଏକ ହାତୀର ମୃତ୍ୟୁ ଘଟିଛି। ଗାଁ ନିକଟ ବିଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଶନିବାର  ବିଳମ୍ବିତ ରାତିରେ ଏକ ହାତୀ ପଲ ଗାଁର ଏକ ବିଲ ଭିତରକୁ ପଳାଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ଆଠଗଡ଼ ଡିଏଫଓ ଏବଂ ବିଦ୍ୟୁତ୍ ବିଭାଗ ଏସଡିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହାତୀର ବୟସ ୨୫ରୁ ୩୦ବର୍ଷ ବୋଲି ଅନୁମାନ କରାଯାଇଛି।

Related story