ବଲାଙ୍ଗିର: ବନ୍ଧପାଲି ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୬୦ବଖରା ଘର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓ ଗାଁ ବ୍ଲକ୍ ବନ୍ଧପାଲି ଗାଁରେ ଆଜି ଅଗ୍ନିକାଣ୍ଡ ଘଟି ୪୦ଟି ପରିବାରର ୬୦ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବଲାଙ୍ଗିର ଓ ଦେଓ ଗାଁରୁ ୪ଟି ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣାସ୍ଥଳରେ ବଲାଙ୍ଗିର ଉପ ଜିଲ୍ଲାପାଳ, ଦେଓ ଗାଁ ବିଡ଼ିଓ, ତହସିଲଦାର ଓ […]

b

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 03:09 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓ ଗାଁ ବ୍ଲକ୍ ବନ୍ଧପାଲି ଗାଁରେ ଆଜି ଅଗ୍ନିକାଣ୍ଡ ଘଟି ୪୦ଟି ପରିବାରର ୬୦ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବଲାଙ୍ଗିର ଓ ଦେଓ ଗାଁରୁ ୪ଟି ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣାସ୍ଥଳରେ ବଲାଙ୍ଗିର ଉପ ଜିଲ୍ଲାପାଳ, ଦେଓ ଗାଁ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ଦଳୀୟ ନେତା  ପହଞ୍ଚି ଅଗ୍ନବିପନ୍ନଙ୍କୁ ସାହାଯ୍ୟ କରିଛନ୍ତି। ଅଗ୍ନି ବିପନ୍ନମାନଙ୍କୁ ଆବଶ୍ୟକ ସୁବିଧା  ସୁଯୋଗ  ଯୋଗାଇ ଦିଆଯିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story