ସୀମାନ୍ତ ତନଖି ଫାଟକରୁ ଫି ଆଦାୟ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସୀମାନ୍ତ ତନଖି ଫାଟକରେ ରାଜସ୍ୱ ଆଦାୟ ବନ୍ଦ ହୋଇଛି। ରାଜସ୍ୱ ଆଦାୟ ସାଙ୍ଗକୁ ଫାଟକରେ ଗାଡ଼ି ଗୁଡ଼ିକର ଯାଞ୍ଚ ମଧ୍ୟ ବନ୍ଦ ହୋଇଛି। ଫଳରେ ଗାଡ଼ି ଗୁଡ଼ିକ ସ୍ୱାଭାବିକ ଭାବେ ଯିବାଆସିବା କରୁଛନ୍ତି। ଆଗ ପରି ଏଠାରେ କୌଣସି ଟ୍ରାଫିକ ସମସ୍ୟା ଦେଖାଯାଉନି। ପୂର୍ବରୁ ଏହି ଫାଟକ ଅତିକ୍ରମ କରିବାକୁ ଗାଡ଼ି ଗୁଡ଼ିକୁ ଦୁଇ ଘଣ୍ଟାରୁ ଦୁଇ ଦିନ ପର୍ଯ୍ୟନ୍ତ ଲାଗୁଥିଲା। ଯାହାଦ୍ୱାରା ଗାଡ଼ି ଚାଳକ ନାନା ଅସୁବିଧାରେ ପଡ଼ୁଥିଲେ। ରାଜ୍ୟ ସରକାରଙ୍କ […]

balasore-cheke-gate

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 11:21 PM IST

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସୀମାନ୍ତ ତନଖି ଫାଟକରେ ରାଜସ୍ୱ ଆଦାୟ ବନ୍ଦ ହୋଇଛି। ରାଜସ୍ୱ ଆଦାୟ ସାଙ୍ଗକୁ ଫାଟକରେ ଗାଡ଼ି ଗୁଡ଼ିକର ଯାଞ୍ଚ ମଧ୍ୟ ବନ୍ଦ ହୋଇଛି। ଫଳରେ ଗାଡ଼ି ଗୁଡ଼ିକ ସ୍ୱାଭାବିକ ଭାବେ ଯିବାଆସିବା କରୁଛନ୍ତି। ଆଗ ପରି ଏଠାରେ କୌଣସି ଟ୍ରାଫିକ ସମସ୍ୟା ଦେଖାଯାଉନି।

ପୂର୍ବରୁ ଏହି ଫାଟକ ଅତିକ୍ରମ କରିବାକୁ ଗାଡ଼ି ଗୁଡ଼ିକୁ ଦୁଇ ଘଣ୍ଟାରୁ ଦୁଇ ଦିନ ପର୍ଯ୍ୟନ୍ତ ଲାଗୁଥିଲା। ଯାହାଦ୍ୱାରା ଗାଡ଼ି ଚାଳକ ନାନା ଅସୁବିଧାରେ ପଡ଼ୁଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଫାଟକରୁ ଗତକାଲି ରାତିରେ ୧୨ଟା ପରଠାରୁ ରାଜସ୍ୱ ଆଦାୟ ବନ୍ଦ ରହିଛି।

ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର କହିଛନ୍ତି,“ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗେଟ୍‌ ପାଖରେ ଭିଡ ନାହିଁ। ଗାଡ଼ି ଗୁଡ଼ିକ ଗେଟ ପାଖରେ ନଅଟକି ଚାଲି ଯାଉଛନ୍ତି।

Related story