ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ଆଇଟିଆରର ରାଇଜିଂ ଡେ’ ପାଳିତ

ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ଆଇଟିଆରର ୩୩ତମ ରାଇଜିଂ ଡେ’ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଆଇଟିଆର ନିର୍ଦ୍ଦେଶକ ଡ଼ଃ ବିନୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ସଭାରେ ମିଜାଇଲ୍ ଓ ଷ୍ଟାଟେଜିକ ସିଷ୍ଟମ୍ ଡାଇରେକ୍ଟର ଜେନେରାଲ ଡ଼ଃ ସତୀଷ କୁମାର, ଏଡ଼ିଇ ନିର୍ଦ୍ଦେଶକ ଏମ.ଭି.କେ.ଭି. ପ୍ରସାଦ, ଏମ.ଏଚ. ରେହମାନ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ମିଜାଇଲର ପ୍ରଦର୍ଶନ କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କ ପରିବାର […]

baleswar

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 02:34 PM IST

ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ଆଇଟିଆରର ୩୩ତମ ରାଇଜିଂ ଡେ’ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଆଇଟିଆର ନିର୍ଦ୍ଦେଶକ ଡ଼ଃ ବିନୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ସଭାରେ ମିଜାଇଲ୍ ଓ ଷ୍ଟାଟେଜିକ ସିଷ୍ଟମ୍ ଡାଇରେକ୍ଟର ଜେନେରାଲ ଡ଼ଃ ସତୀଷ କୁମାର, ଏଡ଼ିଇ ନିର୍ଦ୍ଦେଶକ ଏମ.ଭି.କେ.ଭି. ପ୍ରସାଦ, ଏମ.ଏଚ. ରେହମାନ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ମିଜାଇଲର ପ୍ରଦର୍ଶନ କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଜଗତପୁରରୁ ଅଲକାଏଦା ମାଓବାଦୀ ରେହମାନ ଗିରଫ ହେବା ପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଦିଆଯାଇଛି। ପ୍ରତିରକ୍ଷା ବିଭାଗର ଆଇଟିଆର ଓ ପିଏକ୍ସଇ ଭଳି ଦୁଇଟି ପ୍ରିମିୟର ଲାବୋରୋଟରୀ ଥିବାରୁ ସୁରକ୍ଷାକର୍ମୀ ଫ।ଟକ ଗୁଡ଼ିକୁ ଜଗି ବସିଛନ୍ତି।

Related story