ବରଗଡ଼: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କଂପ୍ୟୁଟରାଇଜ୍ ଟିକେଟ୍ ବ୍ୟବସ୍ଥାକୁ ବିରୋଧ

ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ପ୍ରଥମ ଥର ପାଇଁ କଂପ୍ୟୁଟରାଇଜ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ପ୍ରଥମ ଏହି ବ୍ୟବସ୍ଥା ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିବେ ଓ ପରେ ଡାକ୍ତରଙ୍କୁ ଭେଟିବେ। ପଞ୍ଜୀକରଣ ବାବଦକୁ ରୋଗୀମାନଙ୍କ ଠାରୁ ୨ ଟ ୫ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ୪ ଦିନ ହେଲା ଡାକ୍ତରଖାନାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ଏହାକୁ […]

baragarh

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 12:40 PM IST

ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ପ୍ରଥମ ଥର ପାଇଁ କଂପ୍ୟୁଟରାଇଜ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ପ୍ରଥମ ଏହି ବ୍ୟବସ୍ଥା ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିବେ ଓ ପରେ ଡାକ୍ତରଙ୍କୁ ଭେଟିବେ। ପଞ୍ଜୀକରଣ ବାବଦକୁ ରୋଗୀମାନଙ୍କ ଠାରୁ ୨ ଟ ୫ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ୪ ଦିନ ହେଲା ଡାକ୍ତରଖାନାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କଥା ହେଲା ଟିକେଟ୍ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି। ଟିକେଟ୍ ନେଇ ଆସିବା ବେଳକୁ ଡାକ୍ତର ଚାଲି ଯାଉଛନ୍ତି। ଗୁରୁତର ଅସୁସ୍ଥ ରୋଗୀମାନଙ୍କୁ ମଧ୍ୟ ଟିକେଟ୍  ସଂଗ୍ରହ କରିବାକୁ ପଡୁଥିବାରୁ ସେମାନେ ଭାରି ହଇରାଣ ହେଉଛନ୍ତି।

ଅନ୍ୟପକ୍ଷରେ ଡାକ୍ତରଖାନାର ମ୍ୟାନେଜର କହିଛନ୍ତି ଯେ ଏହା ଦ୍ୱାରା ରୋଗୀମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ। ଖୁବଶୀଘ୍ର ଏଭଳି ଆଉ ଏକ କାଉଣ୍ଟର ଖୋଲାଯିବ। ତା’ପରେ ଆଉ ଅସୁବିଧା ହେବ ନାହିଁ।

Related story