ବରଗଡ଼: ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି ଛକଠାରେ ଜାତୀୟ ରାଜପଥରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବିଦ୍ୟାଧର ପ୍ରଧାନ। ତାଙ୍କ ଘର ଅତାବିରା ଥାନା ଅନ୍ତର୍ଗତ ବରାହମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି। ଆହତଙ୍କୁ ବରଗଡ଼  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏ ଦୁହେଁ ଏକ ବାଇକ୍ ଯୋଗେ ରାସ୍ତା ପାରି […]

b

Rakesh Mallick
  • Published: Saturday, 09 April 2016
  • , Updated: 09 April 2016, 07:04 AM IST

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି ଛକଠାରେ ଜାତୀୟ ରାଜପଥରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବିଦ୍ୟାଧର ପ୍ରଧାନ। ତାଙ୍କ ଘର ଅତାବିରା ଥାନା ଅନ୍ତର୍ଗତ ବରାହମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି। ଆହତଙ୍କୁ ବରଗଡ଼  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏ ଦୁହେଁ ଏକ ବାଇକ୍ ଯୋଗେ ରାସ୍ତା ପାରି ହେଉଥିବା ସମୟରେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଅତାବିରା ପୋଲିସ୍ ଏକ ଅପମୃତ୍ୟୃ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story