ବାରିପଦା: ଦେଉଳି ରେଞ୍ଜରେ ଝାଡଖଣ୍ଡି ହାତୀପଲ

ବାରିପଦା: ୭୦ରୁ ଊର୍ଦ୍ଧ୍ୱ ଝାଡଖଣ୍ଡି ହାତୀ ମୟୂରଭଞ୍ଜ ଦେଉଳି ରେଞ୍ଜ ମଧ୍ୟକୁ ପ୍ରବେଶ କରିଛନ୍ତି । ଏହି ହାତୀପଲ ଦିନବେଳା ଆଖପାଖର କ୍ଷେତରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ଦେଉଳି ରେଞ୍ଜର ଧୋବଣି, ଲୋଧାକୁଣ୍ଡିଆ ଜଙ୍ଗଲକୁ ଯାଇ ଆଶ୍ରୟ ନେଉଛନ୍ତି । ପ୍ରତିବର୍ଷ ଏହି ଝାଡଖଣ୍ଡି ହାତୀପଲ ନଭେମ୍ୱର ଶେଷ ସପ୍ତାହକୁ ଅଞ୍ଚଳକୁ ଆସିଥାନ୍ତି । ତେବେ ଚଳିତବର୍ଷ ଦୁଇ ସପ୍ତାହ ପୂର୍ବରୁ ଏମାନେ ଓଡିଶା ପ୍ରବେଶ କରିଛନ୍ତି। […]

hathi

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 04:20 AM IST

ବାରିପଦା: ୭୦ରୁ ଊର୍ଦ୍ଧ୍ୱ ଝାଡଖଣ୍ଡି ହାତୀ ମୟୂରଭଞ୍ଜ ଦେଉଳି ରେଞ୍ଜ ମଧ୍ୟକୁ ପ୍ରବେଶ କରିଛନ୍ତି । ଏହି ହାତୀପଲ ଦିନବେଳା ଆଖପାଖର କ୍ଷେତରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ଦେଉଳି ରେଞ୍ଜର ଧୋବଣି, ଲୋଧାକୁଣ୍ଡିଆ ଜଙ୍ଗଲକୁ ଯାଇ ଆଶ୍ରୟ ନେଉଛନ୍ତି ।

ପ୍ରତିବର୍ଷ ଏହି ଝାଡଖଣ୍ଡି ହାତୀପଲ ନଭେମ୍ୱର ଶେଷ ସପ୍ତାହକୁ ଅଞ୍ଚଳକୁ ଆସିଥାନ୍ତି । ତେବେ ଚଳିତବର୍ଷ ଦୁଇ ସପ୍ତାହ ପୂର୍ବରୁ ଏମାନେ ଓଡିଶା ପ୍ରବେଶ କରିଛନ୍ତି। ଆଗକୁ ଆହୁରି ହାତୀ ଅଞ୍ଚଳରୁ ହାତୀ ଆସିବାର ଅନୁମାନ କରାଯାଉଛି । ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ହାତୀପଲଙ୍କୁ ଘଉଡାଇବାକୁ ବନ ବିଭାଗର ସମସ୍ତ ପ୍ରକାର ଉଦ୍ୟମ ଫେଲ ମାରିଛି। ହାତୀପଲଙ୍କୁ ଘଉଡାଇବାରେ ଜନସାଧାରଣ ସହଯୋଗ କରିବାକୁ ଡିଏଫ୍ଓ କହିଛନ୍ତି।

Related story