ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ବ୍ରହ୍ମପୁର ଟାଉନ୍ ହଲରେ ଆୟୋଜିତ ଉତ୍ସବରେ ଯୋଜନାର ଶୁଭ ଉଦଘାଟନ କରିଥିଲେ। ଏହି ଯୋଜନା ମାଧ୍ୟମରେ ୫୦ହଜାରଠାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଶିଶୁ, କିଶୋର ଋଣ ଓ ତରୁଣ ଋଣର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରକ୍ରିୟାକରଣ ଶୁଳ୍କ  ରିହାତି ଥିବା ସହିତ କମ୍ ସୁଧ ହାରରେ ଏହି ଋଣ ମିଳିବ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ […]

berhampur

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 03:27 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ବ୍ରହ୍ମପୁର ଟାଉନ୍ ହଲରେ ଆୟୋଜିତ ଉତ୍ସବରେ ଯୋଜନାର ଶୁଭ ଉଦଘାଟନ କରିଥିଲେ। ଏହି ଯୋଜନା ମାଧ୍ୟମରେ ୫୦ହଜାରଠାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଶିଶୁ, କିଶୋର ଋଣ ଓ ତରୁଣ ଋଣର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରକ୍ରିୟାକରଣ ଶୁଳ୍କ  ରିହାତି ଥିବା ସହିତ କମ୍ ସୁଧ ହାରରେ ଏହି ଋଣ ମିଳିବ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସହରରେ ଏହି ଯୋଜନାର ଉଦଘାଟନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉଦଘାଟନ ଉତ୍ସବରେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ।

Related story