ଭଦ୍ରକ: ଘରୋଇ ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ କ୍ଲିନିକରେ ଚଢାଉ

ଭଦ୍ରକ: ଜିଲ୍ଲାରେ ଥିବା ବିଭିନ୍ନ ଘରୋଇ ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ କ୍ଲିନିକରେ ଆଜି ଚଢାଉ କରାଯାଇଛି। କ୍ଲିନିକଗୁଡିକରେ କନ୍ୟାଭୃଣ ଚିହ୍ନଟ ହେଉଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ନୂଆବଜାର ସ୍ଥିତ ଶୁଭମ୍ ନର୍ସିଂହୋମ୍ ଓ ବାଇପାସସ୍ଥିତ ଓମ୍ ଶାନ୍ତି କ୍ଲିନିକରେ ଚଢାଉ କରାଯିବା ସହ ଅଲଟ୍ରାସାଉଣ୍ଡ ମେସିନ ଯାଞ୍ଚ କରାଯାଇ କ୍ଲିନିକ ସିଲ୍ କରାଯାଇଛି।

bhadrak

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 03:49 PM IST

Related story