ଭଦ୍ରକରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଭଦ୍ରକ: ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ  ପାଳିତ ହୋଇଯାଇଛି। ପୌରପାଳ ମାନସ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ପୌରପାଳିକାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ପୌର ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ପଣ୍ଡା, ପୌର ଉପାଧ୍ୟକ୍ଷ କୌଶରା ବେଗମ, କର୍ମଚାରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ  ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପୌରାଧ୍ୟକ୍ଷ ସହରର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୌରପାଳିକା ପକ୍ଷରୁ  ଜିଲ୍ଲା […]

bhadrak

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 06:45 AM IST

ଭଦ୍ରକ: ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ  ପାଳିତ ହୋଇଯାଇଛି। ପୌରପାଳ ମାନସ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ପୌରପାଳିକାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ପୌର ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ପଣ୍ଡା, ପୌର ଉପାଧ୍ୟକ୍ଷ କୌଶରା ବେଗମ, କର୍ମଚାରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ  ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପୌରାଧ୍ୟକ୍ଷ ସହରର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୌରପାଳିକା ପକ୍ଷରୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ଫଳ ବଣ୍ଟନ କରାଯାଇଥିଲା।

 

Related story