ସିଟି ବସ୍‌ରେ ଲାଗିବ ଜିପିଏସ୍‌ ଡିଭାଇସ୍‌

ଭୁବନେଶ୍ୱର: ସିଟି ବସ୍‌ରେ ଜିପିଏସ୍‌ ଡିଭାଇସ୍‌ ଲାଗିବ। ନାଗରିକଙ୍କ ସୁରକ୍ଷା ଓ ବସର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ୍ସ କର୍ପୋରେସନ୍‌(ବିପିଟିସିଏଲ) ଏପରି ନିଷ୍ପତ୍ତି ନେଇଛି। ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମ୍‌ସି କମିଶନର, ଡିଟିଏସ୍‌ ବସ୍‌ ଅଧିକାରୀ, ଟ୍ରାଫିକ ଏସିସି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଟି ବସ୍ ଚଳାଚଳ ବନ୍ଦ ଥିବା ରୁଟ୍‌ରେ […]

city-bus-service

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 10:42 PM IST

ଭୁବନେଶ୍ୱର: ସିଟି ବସ୍‌ରେ ଜିପିଏସ୍‌ ଡିଭାଇସ୍‌ ଲାଗିବ। ନାଗରିକଙ୍କ ସୁରକ୍ଷା ଓ ବସର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ୍ସ କର୍ପୋରେସନ୍‌(ବିପିଟିସିଏଲ) ଏପରି ନିଷ୍ପତ୍ତି ନେଇଛି। ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମ୍‌ସି କମିଶନର, ଡିଟିଏସ୍‌ ବସ୍‌ ଅଧିକାରୀ, ଟ୍ରାଫିକ ଏସିସି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଟି ବସ୍ ଚଳାଚଳ ବନ୍ଦ ଥିବା ରୁଟ୍‌ରେ ପୁନଃ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି। ଏହାସହ ଭୁବନେଶ୍ୱର-ପୁରୀ ମଧ୍ୟରେ ଅଧିକ ବସ୍‌ ଚଳାଚଳ ପାଇଁ ମଧ୍ୟ ଯୋଜନା ଥିବା ମେୟର କହିଛନ୍ତି।

Related story