ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପ କାରଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ମୃତ କଏଦୀ ହେଲେ ଲାଞ୍ଜିପଦର ଗାଁର ସାନ ଶବର। କଏଦୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଗାଁ ଲୋକେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୁଇ ସନ୍ତାନକୁ ମାଗଣା ପାଠପଢ଼ା ସୁବିଧା ଯୋଗାଇ ଦେବା ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଆର. ଉଦୟଗିରି, ମୋହନା, ରାମଗିରି ଓ ବ୍ରହ୍ମପୁରକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ […]

paralakhemundi

Rakesh Mallick
  • Published: Friday, 16 September 2016
  • , Updated: 16 September 2016, 09:27 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପ କାରଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ମୃତ କଏଦୀ ହେଲେ ଲାଞ୍ଜିପଦର ଗାଁର ସାନ ଶବର। କଏଦୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଗାଁ ଲୋକେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୁଇ ସନ୍ତାନକୁ ମାଗଣା ପାଠପଢ଼ା ସୁବିଧା ଯୋଗାଇ ଦେବା ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଆର. ଉଦୟଗିରି, ମୋହନା, ରାମଗିରି ଓ ବ୍ରହ୍ମପୁରକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଘଟଣାସ୍ଥଳରେ ପୋଲିସ୍‌ ମୁତୟନ କରାଯାଇଥିଲା।

ଏକ ମଦ ସମ୍ପର୍କିତ ମାମଲାରେ ଗିରଫ କଏଦୀଙ୍କ ୮ ତାରିଖରେ ସ୍ୱାସ୍ଥ୍ୟ ଖରାପ ହୋଇ ଡାକ୍ତରଖାନାରେ ମୃତ୍ୟୃବରଣ କରିଥିଲେ।

Related story