ବିଜେଡିରେ ମିଶିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ବହୁ ନେତା ଓ କର୍ମୀ ବୁଧବାର ବିଜେଡିରେ ମିଶିଛନ୍ତି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ପ୍ରବୀଣ କୁମାର ଭଂଜଦେଓ ଏବଂ ଉଦଳା ବିଧାୟକ ଗୋଲକ ନାୟକଙ୍କ ନେତୃତ୍ୱରେ ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୋରଡ଼ା ନିର୍ବାଚନ ମଣ୍ଡଳୀର ଜେଏମଏମ ପ୍ରାର୍ଥୀ ମନୋରଂଜନ ଧଳ, ଉଦଳା ନିର୍ବାଚନ ମଣ୍ଡଳୀର ଜେଏମଏମ ପ୍ରାର୍ଥୀ ଠୁମ୍ପୁ ମୁର୍ମ, ଉଦଳା ସବଡିଭିଜନ ଜେଏମଏମର ଉପସଭାପତି […]

bjd

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 04:29 AM IST

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ବହୁ ନେତା ଓ କର୍ମୀ ବୁଧବାର ବିଜେଡିରେ ମିଶିଛନ୍ତି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ପ୍ରବୀଣ କୁମାର ଭଂଜଦେଓ ଏବଂ ଉଦଳା ବିଧାୟକ ଗୋଲକ ନାୟକଙ୍କ ନେତୃତ୍ୱରେ ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ମୋରଡ଼ା ନିର୍ବାଚନ ମଣ୍ଡଳୀର ଜେଏମଏମ ପ୍ରାର୍ଥୀ ମନୋରଂଜନ ଧଳ, ଉଦଳା ନିର୍ବାଚନ ମଣ୍ଡଳୀର ଜେଏମଏମ ପ୍ରାର୍ଥୀ ଠୁମ୍ପୁ ମୁର୍ମ, ଉଦଳା ସବଡିଭିଜନ ଜେଏମଏମର ଉପସଭାପତି ସୁନୁରାମ ବିନ୍ଧାଣୀ, ଜିବି ନଗର ବ୍ଲକ୍ ଉପସଭାପତି ଚିତ୍ତରଂଜନ ମହାପାତ୍ର ଓ ଜିବି ନଗର ବ୍ଲକ୍ ଉପଦେଷ୍ଟା ଚନ୍ଦ୍ରମୋହନ ଟୁଡୁଙ୍କ ସହ ବହୁ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି।

Related story