ବଲାଙ୍ଗିର: ୨୮ରେ ବନ୍ଦ ନକରିବାକୁ ଜନମୋର୍ଚ୍ଚାକୁ ବିଭିନ୍ନ ସଂଗଠନର ଅନୁରୋଧ

ବଲାଙ୍ଗିର: ବଲାଙ୍ଗିରଠାରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ୍ ପ୍ରତିଷ୍ଠା ଦାବିରେ ଆସନ୍ତା ୨୮ ତାରିଖରେ ବଲାଙ୍ଗିର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ସ୍ୱେଚ୍ଛାସେବୀ ସଂଗଠନ ଜନମୋର୍ଚ୍ଚା। ୨୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବିଭିନ୍ନ ସଂଗଠନ ଏହି ବନ୍ଦ ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଜନମୋର୍ଚ୍ଚାକୁ ଅନୁରୋଧ କରିଛନ୍ତି। ଏ ନେଇ ସୋମବାର ରାତିରେ ସ୍ଥାନୀୟ ଲ’ କଲେଜ ପରିସରରେ ଜିଲ୍ଳା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ […]

bolangir

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 11:12 AM IST

ବଲାଙ୍ଗିର: ବଲାଙ୍ଗିରଠାରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ୍ ପ୍ରତିଷ୍ଠା ଦାବିରେ ଆସନ୍ତା ୨୮ ତାରିଖରେ ବଲାଙ୍ଗିର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ସ୍ୱେଚ୍ଛାସେବୀ ସଂଗଠନ ଜନମୋର୍ଚ୍ଚା। ୨୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବିଭିନ୍ନ ସଂଗଠନ ଏହି ବନ୍ଦ ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଜନମୋର୍ଚ୍ଚାକୁ ଅନୁରୋଧ କରିଛନ୍ତି। ଏ ନେଇ ସୋମବାର ରାତିରେ ସ୍ଥାନୀୟ ଲ’ କଲେଜ ପରିସରରେ ଜିଲ୍ଳା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଳା ବଣିକ ସଂଘ, ଟ୍ରକ୍ ମାଲିକ ସଂଘ, ବସ୍ ମାଲିକ ସଂଘ, କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ଥିଲେ।  ୨୮ ତାରିଖରେ ବନ୍ଦ ଡାକରା ନଦେବା ପାଇଁ ‘ଜନମୋର୍ଚ୍ଚା’ ସହିତ ଆଲୋଚନା କରିବାକୁ ଜିଲ୍ଳା ବଣିକ ସଂଘର ସଭାପତି, ଜିଲ୍ଳା ଓକିଲ ସଂଘ ସଭାପତି, ଟ୍ରକ୍ ମାଲିକ ସଂଘର ସଭାପତିଙ୍କୁ ନେଇ ଏକ ତିନି ଜଣିଆ କମିଟି କରାଯାଇଛି। ଏହି କମିଟି ଜନମୋର୍ଚ୍ଚାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବ।

Related story