ବଲାଙ୍ଗିର: ଲୋୟର ସୁକତେଲ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର: ଲୋୟର ସୁକତେଲ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ‘୨୦୧୩ ପଲିସି’ ଅନୁସାରେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରାପ୍ୟ ଦେବାକୁ କମିଟି ଦାବି କରିଛି। ଏହି ଦାବିରେ ଆଜି ସକାଳେ ଆନ୍ଦୋଳନକାରୀ ପିକେଟିଂ କରି ଜିଲ୍ଳାପାଳ, ପ୍ରକଳ୍ପ ନିର୍ମାଣ ମୁଖ୍ୟଯନ୍ତ୍ରୀ ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ। କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନରେ ପ୍ରାୟ ୪୦ଟି ସଂଗଠନ ସାମିଲ […]

bolangir

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 08:52 AM IST

ବଲାଙ୍ଗିର: ଲୋୟର ସୁକତେଲ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ‘୨୦୧୩ ପଲିସି’ ଅନୁସାରେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରାପ୍ୟ ଦେବାକୁ କମିଟି ଦାବି କରିଛି। ଏହି ଦାବିରେ ଆଜି ସକାଳେ ଆନ୍ଦୋଳନକାରୀ ପିକେଟିଂ କରି ଜିଲ୍ଳାପାଳ, ପ୍ରକଳ୍ପ ନିର୍ମାଣ ମୁଖ୍ୟଯନ୍ତ୍ରୀ ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ କରିଥିଲେ।

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ। କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନରେ ପ୍ରାୟ ୪୦ଟି ସଂଗଠନ ସାମିଲ ହୋଇଥିଲେ। ବିସ୍ଥାପିତଙ୍କୁ କ୍ଷତିପୂରଣ ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି।

Related story