ବ୍ରଜରାଜନଗର: ଖୁଣ୍ଟପାନି-ଚିଚିଣ୍ଡାର ମଧ୍ୟସ୍ଥ ଜଙ୍ଗଲରୁ ମିଳିଲା ତୀର୍ଥ ରୋହିଦାଶଙ୍କ ମୃତଦେହ

ବ୍ରଜରାଜଗନର: ବ୍ରଜରାଜନଗରର ଗାନ୍ଧି ଛକ ଫାଣ୍ଡି  ଅଧୀନରେ ରହିଥିବା ଖୁଣ୍ଟପାନି-ଚିଚିଣ୍ଡାର ମଝିରେ ରହିଥିବା ଜଙ୍ଗଲରେ ତୀର୍ଥ ରୋହିଦାଶ(୫୩)ଙ୍କ ଗଳିତ ଶବକୁ ଆଜି ପୋଲିସ୍ ଜବତ କରିଛି। ସକାଳେ ଆଖପାଖ ଲୋକେ ପ୍ରଥମେ ଶବଟିକୁ ଦେଖିଥିଲେ ଓ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମଙ୍ଗଳବାର ଠାରୁ ତୀର୍ଥ ନିଖୋଜ ରହିଥିବା ନେଇ ତାଙ୍କ ପୁଅ କିରଣ ରୋହିଦାଶ ଗାନ୍ଧି ଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଶବକୁ ଆଜି ଦେଖିବା […]

jharsugudamrutadeha

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 03:10 PM IST

ବ୍ରଜରାଜଗନର: ବ୍ରଜରାଜନଗରର ଗାନ୍ଧି ଛକ ଫାଣ୍ଡି  ଅଧୀନରେ ରହିଥିବା ଖୁଣ୍ଟପାନି-ଚିଚିଣ୍ଡାର ମଝିରେ ରହିଥିବା ଜଙ୍ଗଲରେ ତୀର୍ଥ ରୋହିଦାଶ(୫୩)ଙ୍କ ଗଳିତ ଶବକୁ ଆଜି ପୋଲିସ୍ ଜବତ କରିଛି। ସକାଳେ ଆଖପାଖ ଲୋକେ ପ୍ରଥମେ ଶବଟିକୁ ଦେଖିଥିଲେ ଓ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

ଗତ ମଙ୍ଗଳବାର ଠାରୁ ତୀର୍ଥ ନିଖୋଜ ରହିଥିବା ନେଇ ତାଙ୍କ ପୁଅ କିରଣ ରୋହିଦାଶ ଗାନ୍ଧି ଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଶବକୁ ଆଜି ଦେଖିବା ପୁଅ କିରଣ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ୍ ମଧ୍ୟ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରି ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଏସଡିପିଓ ଚୂଡାମଣି ନାୟକ, ଆଇଆଇସି ଆକାଶ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ପ୍ରେମ ଜନିତ ଓ  ପୂର୍ବ ଶତ୍ରୁତାରୁ ତୀର୍ଥ ରୋହିଦାଶଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଆକାଶ ସାହୁ କହିଛନ୍ତି। ମୃତ ତୀର୍ଥ ରୋହିଦାଶ ସୁନ୍ଦରଗଡ ଜିଲ୍ଲା କନକତୋରା ଗ୍ରାମର ବୋଲି ଜଣାପଡିଛି।

Related story