ବକେୟ ଦରମା ଦାବିରେ ନିଖିଳ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ୱର: ବକେୟା ଦରମା ପ୍ରଦାନ ସହିତ ୩ ଦଫା ଦାବିରେ ଆଜି ଭୁବନେଶ୍ୱରରେ ରାସ୍ତାକୁ ଓହ୍ଲାଇଥିଲା ନିଖିଳ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ। ଆନ୍ଦୋଳନକାରୀମାନେ ସମବାୟ ମନ୍ତ୍ରୀ ଦାମୋଦର ରାଉତଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସେମାନଙ୍କୁ ରାଜଭବନ ଛକରେ ଅଟକାଇ ଦେଇଥିଲା। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ୪୬ଟି ସମବାୟ କୃଷି ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ୭ ବର୍ଷ ହେଲା ଦରମା ପାଇନାହାନ୍ତି। ଏମାନଙ୍କ ମଧ୍ୟରୁ […]

cardbank

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 04:40 PM IST

ଭୁବନେଶ୍ୱର: ବକେୟା ଦରମା ପ୍ରଦାନ ସହିତ ୩ ଦଫା ଦାବିରେ ଆଜି ଭୁବନେଶ୍ୱରରେ ରାସ୍ତାକୁ ଓହ୍ଲାଇଥିଲା ନିଖିଳ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ। ଆନ୍ଦୋଳନକାରୀମାନେ ସମବାୟ ମନ୍ତ୍ରୀ ଦାମୋଦର ରାଉତଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସେମାନଙ୍କୁ ରାଜଭବନ ଛକରେ ଅଟକାଇ ଦେଇଥିଲା।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ୪୬ଟି ସମବାୟ କୃଷି ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ୭ ବର୍ଷ ହେଲା ଦରମା ପାଇନାହାନ୍ତି। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଅବସର ନେଇ ସାରିଲେଣି।

କାର୍ଡ ବ୍ୟାଙ୍କ ଗୁଡ଼ିକୁ ସ୍ୱେଚ୍ଛାକୃତ ଅବସର ଯୋଜନାରେ ସାମିଲ କରିବା ଓ ଷଷ୍ଠ ବେତନ ସହିତ ଚଳିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ବି ସେମାନେ ଦାବି କରିଛନ୍ତି।

Related story