କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ମାଡ଼ ଘଟଣା: ତଦନ୍ତ କରିବେ ସିଡିଏମଓ

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଡାକ୍ତର ମାଡ଼ ମାରିବା ଅଭିଯୋଗ ଘଟଣାରେ  ତଦନ୍ତ କରିବେ ସିଡିଏମଓ। ତଦନ୍ତରେ ଏଡିଏମଓ ଓ ବରିଷ୍ଠ ଡାକ୍ତରମାନେ ମଧ୍ୟ ସାମିଲ ହେବେ। ଏନେଇ ଏକ ଜରୁରୀ ବୈଠକରେ ଆଲୋଚନା ହୋଇଛି। ବୈଠକରେ ସିଡିଏମଓ, ଏଡିଏମଓ, ବରିଷ୍ଠ ଡାକ୍ତରମାନେ ଯୋଗ ଦେଇଥିଲେ। ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଖଜୁରୀବାଣୀ ଅଂଚଳର ଫଣିଭୂଷଣ ମହାନ୍ତ ଡାକ୍ତରଖାନାକୁ ଆସିଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଅଭିଜିତ କୁଅଁର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା […]

kendujhara

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 08:43 AM IST

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଡାକ୍ତର ମାଡ଼ ମାରିବା ଅଭିଯୋଗ ଘଟଣାରେ  ତଦନ୍ତ କରିବେ ସିଡିଏମଓ। ତଦନ୍ତରେ ଏଡିଏମଓ ଓ ବରିଷ୍ଠ ଡାକ୍ତରମାନେ ମଧ୍ୟ ସାମିଲ ହେବେ। ଏନେଇ ଏକ ଜରୁରୀ ବୈଠକରେ ଆଲୋଚନା ହୋଇଛି। ବୈଠକରେ ସିଡିଏମଓ, ଏଡିଏମଓ, ବରିଷ୍ଠ ଡାକ୍ତରମାନେ ଯୋଗ ଦେଇଥିଲେ। ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଖଜୁରୀବାଣୀ ଅଂଚଳର ଫଣିଭୂଷଣ ମହାନ୍ତ ଡାକ୍ତରଖାନାକୁ ଆସିଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଅଭିଜିତ କୁଅଁର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ମାରପିଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

Related story