ଚିଟଫଣ୍ଡ୍ ଠକେଇ: କୋମନା ତହସିଲ୍ ଅଫିସ୍ ଘେରିଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ

ନୂଆପଡ଼ା: ବିଭିନ୍ନ ଚିଟଫଣ୍ଡ୍ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ନୂଆପଡ଼ା ଜିଲ୍ଲାର ଜମାକାରୀମାନେ ଶନିବାର କୋମନା ତହସିଲ୍ ଅଫିସ୍ ଘେରାଉ କରିଥିଲେ। ଜମା ଟଙ୍କା ଫେରସ୍ତ ସହିତ ୮ ଦଫା ଦାବିରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଏହି ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ, କୋମନା ତହସିଲ ମଞ୍ଚର ଆବାହକ ତୁଳସୀ […]

nuapada

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 10:58 AM IST

ନୂଆପଡ଼ା: ବିଭିନ୍ନ ଚିଟଫଣ୍ଡ୍ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ନୂଆପଡ଼ା ଜିଲ୍ଲାର ଜମାକାରୀମାନେ ଶନିବାର କୋମନା ତହସିଲ୍ ଅଫିସ୍ ଘେରାଉ କରିଥିଲେ। ଜମା ଟଙ୍କା ଫେରସ୍ତ ସହିତ ୮ ଦଫା ଦାବିରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଏହି ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ, କୋମନା ତହସିଲ ମଞ୍ଚର ଆବାହକ ତୁଳସୀ ଦାସ ଜୈନଙ୍କ ନେତୃତ୍ୱରେ ଶତାଧିକ ଜମାକାରୀ କୋମନା ବସଷ୍ଟାଣ୍ଡରୁ ଶୋଭାଯାତ୍ରା କରି ତହସିଲ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲଦାରଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ଜିଲ୍ଲାର ଖଡ଼ିଆଳ, କୋମନା, ବୋଡ଼େନ୍ ତଥା ପଡ଼ୋଶୀ ଜିଲ୍ଲାର ଜମାକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

ଜମାକାରୀମାନେ କହିଥିଲେ ଯେ ଚିଟଫଣ୍ଡ୍ ସଂସ୍ଥା ଭିଷ୍ଟାର ନିର୍ଦ୍ଦେଶକ ଫାୟାଜ ଖାନ୍, ବିରଞ୍ଚି ନାରାୟଣ ମିଶ୍ର ଓ ପି. କୁମାର ପଣ୍ଡାଙ୍କୁ ଗିରଫ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ। ଭିଷ୍ଟାର ସମସ୍ତ ସଂପତ୍ତି ଜବତ କରିବା ସହିତ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ସେମାନେ ଦାବି କରିଥିଲେ।

Related story