ଘୁଷୁରି ଚାଷୀ ଉପରେ ଆକ୍ରମଣକୁ ବିରୋଧ

କଟକ: ଜାପାନିଜ୍‌ ଏନସେଫାଲାଇଟିସ୍‌ ଯୋଗୁଁ ଘୁଷୁରି ଚାଷୀମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଥିବାରୁ ରାଜ୍ୟ ଘୁଷୁରି ଚାଷୀ ସୁରକ୍ଷା ସମିତି ପ୍ରତିବାଦ କରିଛି । ରାଜ୍ୟର ପ୍ରାୟ ୭୦ ହଜାର ଘୁଷୁରି ଚାଷୀ ଏନେଇ ସ୍ୱର ଉତ୍ତୋଳନ କରିଛନ୍ତି। ଲୋକମାନେ ଘୁଷୁରିମାନଙ୍କୁ ଆକ୍ରମଣ କରିବା ସହ ଚାଷୀମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ଏନସେଫାଲାଇଟିସ୍‌ ପାଇଁ ହତ୍ୟା କରାଯାଉଥିବା ଘୁଷୁରିଙ୍କ ବାବଦରେ ଯାହା କ୍ଷତିପୂରଣ ମିଳୁଛି ତାହା ଯଥେଷ୍ଟ ନୁହେଁ। ଘୁଷୁରିମାନଙ୍କୁ ସୁରକ୍ଷା, ମରାଯାଉଥିବା ଘୁଷୁରିର ଉପଯୁକ୍ତ କ୍ଷତିପୂରଣ, […]

cuttack

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 02:36 PM IST

କଟକ: ଜାପାନିଜ୍‌ ଏନସେଫାଲାଇଟିସ୍‌ ଯୋଗୁଁ ଘୁଷୁରି ଚାଷୀମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଥିବାରୁ ରାଜ୍ୟ ଘୁଷୁରି ଚାଷୀ ସୁରକ୍ଷା ସମିତି ପ୍ରତିବାଦ କରିଛି । ରାଜ୍ୟର ପ୍ରାୟ ୭୦ ହଜାର ଘୁଷୁରି ଚାଷୀ ଏନେଇ ସ୍ୱର ଉତ୍ତୋଳନ କରିଛନ୍ତି। ଲୋକମାନେ ଘୁଷୁରିମାନଙ୍କୁ ଆକ୍ରମଣ କରିବା ସହ ଚାଷୀମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।

ଏନସେଫାଲାଇଟିସ୍‌ ପାଇଁ ହତ୍ୟା କରାଯାଉଥିବା ଘୁଷୁରିଙ୍କ ବାବଦରେ ଯାହା କ୍ଷତିପୂରଣ ମିଳୁଛି ତାହା ଯଥେଷ୍ଟ ନୁହେଁ। ଘୁଷୁରିମାନଙ୍କୁ ସୁରକ୍ଷା, ମରାଯାଉଥିବା ଘୁଷୁରିର ଉପଯୁକ୍ତ କ୍ଷତିପୂରଣ, ଅନ୍ୟ ଚାଷ ପରି ଘୁଷୁରି ଚାଷୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ସଂଘ ଦାବି କରିଛି ।

ଦାବିପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସମ୍ପାଦକ ଅବିନାଶ ଗୁରୁ ସୂଚନା ଦେଇଛନ୍ତି।

Related story