ଏସ୍‌ସିବି ପରିସରରେ ମାନସିକ ସ୍ୱାସ୍ଥକେନ୍ଦ୍ର ଲୋକାର୍ପିତ

କଟକ: କଟକ ଏସ୍‌ସିବି ମେଡିକାଲ ପରିସରରେ ଉତ୍କୃଷ୍ଟ ମାନସିକ ରୋଗ ସ୍ୱାସ୍ଥକେନ୍ଦ୍ର ଆଜି ଲୋକାର୍ପିତ ହୋଇଛି। ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୭ ମହଲା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨୦ ଶଯ୍ୟା ରହିଛି। ଏହାଛଡ଼ା ପୁରୁଷ ବିଭାଗ, ମହିଳା ବିଭାଗ, ଜରୁରୀକାଳୀନ ବିଭାଗ, ଲାବୋରେଟାରୀ, ଯୋଗ ହଲ ଓ ହଷ୍ଟେଲ ରହିଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥିଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଓ […]

mental-hospital-cuttack

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 08:12 PM IST

କଟକ: କଟକ ଏସ୍‌ସିବି ମେଡିକାଲ ପରିସରରେ ଉତ୍କୃଷ୍ଟ ମାନସିକ ରୋଗ ସ୍ୱାସ୍ଥକେନ୍ଦ୍ର ଆଜି ଲୋକାର୍ପିତ ହୋଇଛି। ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୭ ମହଲା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨୦ ଶଯ୍ୟା ରହିଛି। ଏହାଛଡ଼ା ପୁରୁଷ ବିଭାଗ, ମହିଳା ବିଭାଗ, ଜରୁରୀକାଳୀନ ବିଭାଗ, ଲାବୋରେଟାରୀ, ଯୋଗ ହଲ ଓ ହଷ୍ଟେଲ ରହିଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥିଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଓ ଏସ୍‌ସିବି ମେଡିକାଲର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ।

Related story