ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ସମ୍ୱଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ସମ୍ୱଲପୁର: ପିଆଜ ଓ ଡାଲିର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ସମ୍ୱଲପୁରରେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ୍ୱର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ଦେଇଥିଲେ। ଦଳ ଅଭିଯୋଗ କରିଛି ଯେ […]

sambulpur

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 09:27 AM IST

ସମ୍ୱଲପୁର: ପିଆଜ ଓ ଡାଲିର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ସମ୍ୱଲପୁରରେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ୍ୱର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ଦେଇଥିଲେ।

ଦଳ ଅଭିଯୋଗ କରିଛି ଯେ ପଶ୍ଚିମ ଓଡିଶାର ଟିଟିଲାଗଡରେ ବ୍ୟାପକ ପିଆଜ ଚାଷ ହେଉଥିଲେ ମଧ୍ୟ କୋଲ୍ଡ ଷ୍ଟୋର ଅଭାବରୁ ସଂରକ୍ଷଣ ହୋଇପାରୁ ନାହିଁ। ଫଳରେ ପିଆଜ ନଷ୍ଟ ହେଉଛି ଓ ଅଭାବି ବିକ୍ରି ହେଉଛି। ସରକାର ଆବଶ୍ୟକ ଭିତ୍ତିଭୂମିର ବିକାଶ କରିଥିଲେ ଆଜି ଏଭଳି ଅବସ୍ଥା ହୋଇ ନ ଥାନ୍ତା ବୋଲି କଂଗ୍ରେସ ଦାବି କରିଛି। ଦରବୃଦ୍ଧି ନିୟନ୍ତ୍ରଣକୁ ନ ଆସିଲେ ଦଳ ଆଗକୁ ପୁଣି ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତବନୀ ଦେଇଛି।

Related story