ଡାଟା ଏଣ୍ଟ୍ରି ଅପରେଟର ସଂଘର ଧାରଣା ଜାରି

ଭୁବନେଶ୍ୱର: ନିଖିଳ ଓଡ଼ିଶା ରେଜିଷ୍ଟ୍ରେସନ ଡିପାର୍ଟମେଣ୍ଟରେ ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଇ-ରେଜିଷ୍ଟ୍ରେସନରେ ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ବକେୟା ତୁରନ୍ତ ପୈଠ ଓ ଆକ୍ରୋଶମୂଳକ ଭାବେ ବଦଳି ବନ୍ଦ କରିବା ଦାବିରେ ମଙ୍ଗଳବାରଠାରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି, ଇ-ରେଜିଷ୍ଟ୍ରେସନ ଯୋଗାଇ ଦେଉଥିବା ଓଇଏସ୍‌ଏଲ୍‌ ଡାଟା ଏଣ୍ଟ୍ରି ଅପରେଟରଙ୍କ ବକେୟା ପ୍ରାପ୍ୟ ପୈଠ ନ କରି ଆତ୍ମସାତ କରିଛି। ତେଣୁ ଏହି ସଂସ୍ଥା ବିରୁଦ୍ଧରେ ଦୃଢ […]

data-entri

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 09:52 AM IST

ଭୁବନେଶ୍ୱର: ନିଖିଳ ଓଡ଼ିଶା ରେଜିଷ୍ଟ୍ରେସନ ଡିପାର୍ଟମେଣ୍ଟରେ ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଇ-ରେଜିଷ୍ଟ୍ରେସନରେ ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ବକେୟା ତୁରନ୍ତ ପୈଠ ଓ ଆକ୍ରୋଶମୂଳକ ଭାବେ ବଦଳି ବନ୍ଦ କରିବା ଦାବିରେ ମଙ୍ଗଳବାରଠାରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି।

ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି, ଇ-ରେଜିଷ୍ଟ୍ରେସନ ଯୋଗାଇ ଦେଉଥିବା ଓଇଏସ୍‌ଏଲ୍‌ ଡାଟା ଏଣ୍ଟ୍ରି ଅପରେଟରଙ୍କ ବକେୟା ପ୍ରାପ୍ୟ ପୈଠ ନ କରି ଆତ୍ମସାତ କରିଛି। ତେଣୁ ଏହି ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ବକେୟା ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ କହିଛି।

Related story