ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଭିତିରିଆ ସାହିରୁ ଗୁରୁବାର ଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଗୋହିରୀ ବନ୍ଧରୁ ଜବତ କରାଯାଇଛି। ଗତକାଲି ସକାଳୁ ଏହି ମହିଳା ଜଣଙ୍କ ଘରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି ମଧ୍ୟ ତାଙ୍କୁ ପାଇ ନ ଥିଲେ। ପରେ ଆଜି ସକାଳୁ ପୁଣି ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜା ଯାଇଥିଲା। ପରେ ଗୋହିରୀ ବନ୍ଧରେ ତାଙ୍କର ମୃତଦେହ ମିଳିଥିଲା। ମୃତଦେହଟି ମୁହଁମାଡ଼ି ଭାସୁଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Miscellaneous
ଦୁଇରୁ ଅଧିକ ସନ୍ତାନ ଥିବାରୁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇରୁ ଅଧିକ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।
Politics
ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍
ଆକ୍ରମଣକାରୀମାନେ ବବି ଭାଇ ଜିନ୍ଦାବାଦ୍ ନାରା ପକାଇଥିବା ଅଭିଯୋଗ କରିଛନ୍ତି ବିଧାୟକ।
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Miscellaneous
‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍
କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ।