ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ଆଜି ପାଳନ କରାଯାଉଛି ନୂଆଁଖାଇ। ଆଉ ଏହି ଅବସରରେ ରାଜନୈତିକ ଓ ପାରିବାରିକ ମତାନ୍ତର-ମନାନ୍ତରକୁ ଭୁଲି ଏକାଠି ହୋଇଛନ୍ତି ବଲାଙ୍ଗିର ରାଜ ପରିବାର। ରାଜ୍ୟ ବିଜେପି ସଭାପତି ତଥା କନକବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ ଦାଦା ତଥା ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ଏକାଠି ନୂଆଁ ଖାଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ପରେ ଗତ ବର୍ଷ ଏହି ପରିବାର ନୂଆ ଖାଇରେ ଏକାଠି ହୋଇଥିଲେ। ତେବେ ଗତ ବର୍ଷ କନକ ବର୍ଦ୍ଧନ ଓ ଅନଙ୍ଗ ଉଦୟ ଏକାଠି ନୂଆ ଖାଇଥିବା ବେଳେ ଏଥର କିନ୍ତୁ ଅନଙ୍ଗଙ୍କ ସ୍ଥାନରେ ତାଙ୍କ ଦୁଇପୁଅ କଳିକେଶ ଓ ଅର୍କେଶ ଉପସ୍ଥିତ ଥିଲେ। ଶୈଳଶ୍ରୀ ପ୍ୟାଲେସରେ ରାଜକୀୟ ପରମ୍ପରା ଅନୁଯାୟୀ ରାଜପୁରୋହିତ ପୂଜା ବିଧି ସାରିବା ପରେ ସମସ୍ତଙ୍କୁ ନୂଆ ପରଶି ଥିଲେ। ନୂଆ ଖାଇବା ପରେ ଜୁହାରଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।