ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୩ତମ ଜୟନ୍ତୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଶନିବାର ପାଳିତ ହୋଇଯାଇଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୩ତମ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ଥିବା କବିଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ସମେତ ବହୁ ପଦାଧିକାରୀ ଓ ଜନସାଧାରଣ ଉପସ୍ଥିତ ରହି କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ବରପାଲିରେ ମଧ୍ୟ କବିଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ […]

gangadharjayantee

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 12:13 PM IST

ବରଗଡ଼: ବରଗଡ଼ ଜିଲ୍ଲାରେ ଶନିବାର ପାଳିତ ହୋଇଯାଇଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୩ତମ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ଥିବା କବିଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ସମେତ ବହୁ ପଦାଧିକାରୀ ଓ ଜନସାଧାରଣ ଉପସ୍ଥିତ ରହି କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସେହିପରି ବରପାଲିରେ ମଧ୍ୟ କବିଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ଗଙ୍ଗାଧର ସାହିତ୍ୟ ପରିଷଦ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବରପାଲି ଭୁଲିଆ ସମାଜ ପକ୍ଷରୁ କବିଙ୍କ ଏକ ତୈଳଚିତ୍ରକୁ ସୁସଜ୍ଜିତ ରଥରେ ସହର ପରିକ୍ରମା କରାଯାଇଥିଲା। ବିଭିନ୍ନ ସ୍କୁଲ୍ ଓ କଲେଜର ପିଲାମାନେ ଶୋଭାଯାତ୍ରା କରିଥିଲେ। କବିଙ୍କ ଜନ୍ମପୀଠରେ ମଧ୍ୟ ଗଙ୍ଗାଧର ସାହିତ୍ୟ ସଂସଦ ପକ୍ଷରୁ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଦିଆଯାଇଥିଲା।

Related story