ବେଙ୍ଗାଲୁରୁକୁ ଗଡ଼ିଲା ‘ହମସଫର’

ଭୁବନେଶ୍ୱର: ଭୁବନେଶ୍ୱର-ବେଙ୍ଗାଲୁରୁ ମଧ୍ୟରେ ଚାଲିଲା ‘ହମସଫର’ ଏକ୍ସପ୍ରେସ ଟ୍ରେନ। ଆଜି ଏହି ସେବାର ଶୁଭାରମ୍ଭ ହୋଇଛି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଭିଜିଓ କନଫରେନ୍ସ ମାଧ୍ୟମରେ ଏହି ନୂତନ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହାଛଡ଼ା ସମ୍ବଲପୁର ଷ୍ଟେସନରେ ୱାଇଫାଇ ସେବାର ମଧ୍ୟ ଶୁଭାରମ୍ଭ ହୋଇଛି। ଆଜି ଅପରାହ୍ନ ୨ଟା ୩୦ ମିନିଟରେ ଏହି ଟ୍ରେନ୍‌ […]

hamsafar

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 04:37 PM IST

ଭୁବନେଶ୍ୱର: ଭୁବନେଶ୍ୱର-ବେଙ୍ଗାଲୁରୁ ମଧ୍ୟରେ ଚାଲିଲା ‘ହମସଫର’ ଏକ୍ସପ୍ରେସ ଟ୍ରେନ। ଆଜି ଏହି ସେବାର ଶୁଭାରମ୍ଭ ହୋଇଛି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଭିଜିଓ କନଫରେନ୍ସ ମାଧ୍ୟମରେ ଏହି ନୂତନ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହାଛଡ଼ା ସମ୍ବଲପୁର ଷ୍ଟେସନରେ ୱାଇଫାଇ ସେବାର ମଧ୍ୟ ଶୁଭାରମ୍ଭ ହୋଇଛି। ଆଜି ଅପରାହ୍ନ ୨ଟା ୩୦ ମିନିଟରେ ଏହି ଟ୍ରେନ୍‌ ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନ୍‌ ଭୁବନେଶ୍ୱରରୁ ବେଙ୍ଗାଲୁରୁର କ୍ରିଷ୍ଣରାଜପୁରମ ଷ୍ଟେସନ ପର୍ଯ୍ୟନ୍ତ ଚାଲିଲା।

Related story