ଯାଜପୁର: ବଜ୍ରାଘାତରେ ଜଣେ ମୃତ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରାଣୀବନ୍ଧ ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ରାଣୀବନ୍ଧ ଗ୍ରାମର ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଧାନ ବିଲରେ କାମ କରୁଥିବା ବେଳେ ବର୍ଷା ସହିତ ବଜ୍ରାଘାତ ହୋଇଥିଲା। ଏଥିରେ  ଚାରିଜଣ ଆହତ ହୋଇଥିଲେ। ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଦ୍ୱାରା ବଡଚଣା ମେଡିକାଲକୁ ଅଣାଯାଇଥିଲା। ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଥିଲା।

jajmadikal

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 05:14 AM IST

Related story