ଯାଜପୁର: କେନାଲରେ ବୁଡ଼ି ମହିଳା ମୃତ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଆରେଇ ଠାରେ ଆଜି ସକାଳେ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଅରେଇ ଗାଁର ସରସ୍ୱତୀ ପଣ୍ଡା। ସରସ୍ୱତୀ ସବୁଦିନ ଭଳି ଆଜି ସକାଳେ କୁଶଭଦ୍ରା କେନାଲକୁ ଗାଧୋଇବାକୁ ଯାଇଥିଲେ ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୋଲିସ୍‌ ଏକ […]

jajpur

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 01:12 PM IST

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଆରେଇ ଠାରେ ଆଜି ସକାଳେ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଅରେଇ ଗାଁର ସରସ୍ୱତୀ ପଣ୍ଡା।

ସରସ୍ୱତୀ ସବୁଦିନ ଭଳି ଆଜି ସକାଳେ କୁଶଭଦ୍ରା କେନାଲକୁ ଗାଧୋଇବାକୁ ଯାଇଥିଲେ ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

Related story