ଉଦଳା: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଖୁଣ୍ଟି ଥାନାରେ ଲୋକଙ୍କ ଭଙ୍ଗାରୁଜା, ୫ ପୋଲିସ୍ କର୍ମଚାରୀ ଆହତ

ଉଦଳା: ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନାରେ ତୁମୁଳକାଣ୍ଡ ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ପୋଲିସ୍ କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ। ଫଳରେ ୫ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁଣ୍ଟି ଥାନା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪ ଜଣଙ୍କୁ ପୋଲିସ୍ ଅଟକ ରଖିଛି। ଆଜି ସକାଳ ପ୍ରାୟ ୭ଟା ବେଳେ ଜଣେ ମହିଳା ଖୁଣ୍ଟା ବଜାର ନିକଟରେ […]

udala

Rakesh Mallick
  • Published: Thursday, 22 October 2015
  • , Updated: 23 October 2015, 10:34 AM IST

ଉଦଳା: ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନାରେ ତୁମୁଳକାଣ୍ଡ ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ପୋଲିସ୍ କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ। ଫଳରେ ୫ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁଣ୍ଟି ଥାନା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪ ଜଣଙ୍କୁ ପୋଲିସ୍ ଅଟକ ରଖିଛି।

ଆଜି ସକାଳ ପ୍ରାୟ ୭ଟା ବେଳେ ଜଣେ ମହିଳା ଖୁଣ୍ଟା ବଜାର ନିକଟରେ ଏକ ବେଲ ଗଛ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କିଛି ଲୋକ ଏହା ଦେଖିବା ପରେ ତାଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ। ତେବେ ସେ କେନ୍ଦୁମୁଣ୍ଡି ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଡାକିବାକୁ କହିଥିଲେ। ଏହା ପରେ ଲୋକେ ଖୁଣ୍ଟି ଥାନାକୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚିବା ବେଳକୁ ମହିଳା ଜଣଙ୍କ ଆତ୍ମହତ୍ୟା କରି ଦେଇଥିଲେ। ପୋଲିସ୍ ମୃତଦେହଟିକୁ ଗଛରୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ୫୦୦ରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ ଏବଂ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିଥିଲେ। ଏଥି ସହିତ କ୍ଷତିପୂରଣ ଦାବି କରିଥିଲେ। କ୍ଷତିପୂରଣକୁ ନେଇ ଧୀରେ ଧୀରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଆଉ ଅପରାହ୍ନ ପ୍ରାୟ ୩ଟା ବେଳକୁ ଅତର୍କିତ ଭାବେ ଖୁଣ୍ଟି ଥାନା ଉପରେ ଆକ୍ରମଣ କରିଥିଲେ। ଥାନା ଭିତରେ ପଶି ଲୋକେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ପୋଲିସ୍ କର୍ମଚାରୀଙ୍କୁ ବି ମାଡ଼ ମାରିଥିଲେ।

Related story