ଝାରସୁଗୁଡ଼ା: ପାଣି ପାଇଁ ରେଳରୋକ

ଝାରସୁଗୁଡ଼ା: ମରୁଡ଼ି ଓ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡ଼ି ପଡିଥିବା ବେଳେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ପିଇବା ପାଣି ଟୋପେ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ପିଇବା ପାଣି ଯୋଗାଇ ଦେବା ଦାବିରେ ଝାରସୁଗୁଡା ଲଖନପୁର ଅନ୍ତର୍ଗତ ଲେଚୁଆପଡ଼ା ଗ୍ରାମବାସୀ ଓପିଜିସିର କୋଇଲା ବୋଝେଇ ଟ୍ରେନକୁ ୫ ଘଣ୍ଟା ଧରି ଅଟକ ରଖିଥିଲେ। କୋଇଲା ଖଣି କ୍ଷେତ୍ର ଅଞ୍ଚଳରେ ସ୍ଥାନୀୟ ଶିଳ୍ପାନୁଷ୍ଠାନଗୁଡିକ ପକ୍ଷରୁ ଟ୍ୟାଙ୍କର […]

relaroka

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 04:16 PM IST

ଝାରସୁଗୁଡ଼ା: ମରୁଡ଼ି ଓ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡ଼ି ପଡିଥିବା ବେଳେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ପିଇବା ପାଣି ଟୋପେ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ପିଇବା ପାଣି ଯୋଗାଇ ଦେବା ଦାବିରେ ଝାରସୁଗୁଡା ଲଖନପୁର ଅନ୍ତର୍ଗତ ଲେଚୁଆପଡ଼ା ଗ୍ରାମବାସୀ ଓପିଜିସିର କୋଇଲା ବୋଝେଇ ଟ୍ରେନକୁ ୫ ଘଣ୍ଟା ଧରି ଅଟକ ରଖିଥିଲେ।

କୋଇଲା ଖଣି କ୍ଷେତ୍ର ଅଞ୍ଚଳରେ ସ୍ଥାନୀୟ ଶିଳ୍ପାନୁଷ୍ଠାନଗୁଡିକ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହୋଇଥାଏ। ହେଲେ ଚଳିତବର୍ଷ ଓପିଜିସି ପକ୍ଷରୁ ସଠିକ୍‌ ଭାବେ ଜଳ ଯୋଗାଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଆଜି ରେଳରୋକ କରିଥିଲେ।

Related story