ଝାରସୁଗୁଡ଼ା: ଓପିଜିସି ସଂପ୍ରସାରଣକୁ ବିରୋଧ, ଅନୁଧ୍ୟାନକାରୀ ଦଳର ଗାଡ଼ି ପୋଡ଼ି ଦେଲେ ଲୋକେ

ଝାରସୁଗୁଡ଼ା: ଓପିଜିସି ସଂପ୍ରସାରଣକୁ ବିରୋଧ କରି ଝାରସୁଗୁଡା ତିଲିଆରେ ଆଜି ଦେଖାଯାଇଥିଲା ଉତ୍ତେଜନା। ଗାଁର ଆସ୍ ପଣ୍ଡ୍ ନିର୍ମାଣ କରାଯିବାକୁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ବିରୋଧ କରିଆସୁଛନ୍ତି। ତେବେ ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ନିର୍ଦ୍ଦେଶକ ଭି.ପି ଉପାଧ୍ୟାୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସେଠାକୁ ଯାଇଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଘେରାଉ କରିଥିଲେ। ସେମାନେ ଅଧିକାରୀଙ୍କୁ ଗାଡିରୁ ଓହ୍ଲାଇଦେବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। […]

opgc

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 05:25 PM IST

ଝାରସୁଗୁଡ଼ା: ଓପିଜିସି ସଂପ୍ରସାରଣକୁ ବିରୋଧ କରି ଝାରସୁଗୁଡା ତିଲିଆରେ ଆଜି ଦେଖାଯାଇଥିଲା ଉତ୍ତେଜନା। ଗାଁର ଆସ୍ ପଣ୍ଡ୍ ନିର୍ମାଣ କରାଯିବାକୁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ବିରୋଧ କରିଆସୁଛନ୍ତି। ତେବେ ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ନିର୍ଦ୍ଦେଶକ ଭି.ପି ଉପାଧ୍ୟାୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସେଠାକୁ ଯାଇଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଘେରାଉ କରିଥିଲେ। ସେମାନେ ଅଧିକାରୀଙ୍କୁ ଗାଡିରୁ ଓହ୍ଲାଇଦେବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ପରେ ଗାଁ ଲୋକେ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ତେବେ ବନହରପାଲି ପୋଲିସ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାର କରିଥିଲା।

Related story