ଜୟପୁର: ହେଣ୍ଡେଲିଂ ଓ ଟ୍ରାନ୍ସପୋର୍ଟିଂ ଟେଣ୍ଡର ଫିକ୍ସିଂ ଅଭିଯୋଗ

ଜୟପୁର: ଜୟପୁର ଯୋଗାଣ ବିଭାଗରେ ହେଣ୍ଡେଲିଂ ଓ ଟ୍ରାନ୍ସପୋର୍ଟିଂର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଜୟପୁରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଟେଣ୍ଡରରେ ଭାଗ ନେଇଥିବା କିଛି ଠିକାଦାର ଏହି ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ପ୍ରତିଥର ଜଣେ ସଂପୃକ୍ତ ଠିକାଦାର ଓ ତାଙ୍କ ପରିବାରବର୍ଗଙ୍କୁ ବିଭାଗ ପକ୍ଷରୁ ଠିକା କାମ ଦିଆଯାଉଛି। ବିଭାଗର କିଛି କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରହିଥିବାରୁ ସେମାନଙ୍କୁ ଠିକାକାମ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଠିକାଦାର […]

H T PRESS MEET

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 09:46 AM IST

ଜୟପୁର: ଜୟପୁର ଯୋଗାଣ ବିଭାଗରେ ହେଣ୍ଡେଲିଂ ଓ ଟ୍ରାନ୍ସପୋର୍ଟିଂର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଜୟପୁରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଟେଣ୍ଡରରେ ଭାଗ ନେଇଥିବା କିଛି ଠିକାଦାର ଏହି ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ପ୍ରତିଥର ଜଣେ ସଂପୃକ୍ତ ଠିକାଦାର ଓ ତାଙ୍କ ପରିବାରବର୍ଗଙ୍କୁ ବିଭାଗ ପକ୍ଷରୁ ଠିକା କାମ ଦିଆଯାଉଛି। ବିଭାଗର କିଛି କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରହିଥିବାରୁ ସେମାନଙ୍କୁ ଠିକାକାମ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଠିକାଦାର ନିଳାମ୍ୱର ସାହୁ। ସେ କହିଛନ୍ତି ଯେ, ବିଭାଗୀୟ ଗାଇଡ ଲାଇନ ଅନୁଯାୟୀ ଯଦି ଜଣେ ଠିକାଦାରଙ୍କ ବିରୋଧରେ କିଛି ଭିଜିଲାନ୍ସ କି ଅପରାଧିକ ମାମଲା ଥାଏ ତେବେ ସେ ଠିକାକାମରେ ଭାଗ ନେଇପାରିବେ ନାହିଁ। ଏଠାରେ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଗନ କରାଯିବା ସହ ସମ୍ପୃକ୍ତ ଠିକାଦାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଟେଣ୍ଡର ପାଇଁ ନିର୍ଦ୍ଧାରିତ ବିଭାଗୀୟ ଦର ମଧ୍ୟ ଠିକାଦାରଙ୍କ ନିକଟରେ ପହଞ୍ଚା ଯାଉଛି। ଯାହାଦ୍ୱାରା କି ସମସ୍ତ ଠିକାକାମ ସଂପୃକ୍ତ ଠିକାଦାର ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଆସବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଯୋଗାଣ ଅଧିକାରୀ ବଲ୍ଲଭଚନ୍ଦ୍ର ଦାସ କହିଛନ୍ତି ।

Related story