କାଳୀପୂଜା ଲାଗି ଭଦ୍ରକ ଓ କଟକ ସହର ଉତ୍ସବ ମୁଖର

ଭଦ୍ରକ/କଟକ: ଗତକାଲି ମଧ୍ୟରାତ୍ରିରେ ହୋଇଛି ମା କାଳୀଙ୍କ ଆରାଧନା। ନିୟମ ଅନୁଯାୟୀ ମଣ୍ଡପ ଗୁଡିକରେ ମାଙ୍କ ମୃଣ୍ମୟୀ ପ୍ରତିମା ନିକଟରେ ମଧ୍ୟରାତ୍ରିରେ ଘଟସ୍ଥାପନ କରାଯାଇଥିଲା। ଏହା ପରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ମାଆଙ୍କ ବିସର୍ଜନ ବି ସରିଛି। କାଳୀପୂଜା ପାଇଁ ପ୍ରସିଦ୍ଧ ଭଦ୍ରକରେ ପରିବେଶ ବେଶ ଉତ୍ସବ ମୁଖର ରହିଛି। ଭଦ୍ରକର ଅଧିଷ୍ଠାତ୍ରୀ ମାଆ ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭଦ୍ରକାଳୀ ଏଠି ଶାନ୍ତ ସୌମ୍ୟା ରୂପରେ ପୂଜା ପାଇଥାନ୍ତି । […]

kali puja

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 10:24 AM IST

ଭଦ୍ରକ/କଟକ: ଗତକାଲି ମଧ୍ୟରାତ୍ରିରେ ହୋଇଛି ମା କାଳୀଙ୍କ ଆରାଧନା। ନିୟମ ଅନୁଯାୟୀ ମଣ୍ଡପ ଗୁଡିକରେ ମାଙ୍କ ମୃଣ୍ମୟୀ ପ୍ରତିମା ନିକଟରେ ମଧ୍ୟରାତ୍ରିରେ ଘଟସ୍ଥାପନ କରାଯାଇଥିଲା। ଏହା ପରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ମାଆଙ୍କ ବିସର୍ଜନ ବି ସରିଛି। କାଳୀପୂଜା ପାଇଁ ପ୍ରସିଦ୍ଧ ଭଦ୍ରକରେ ପରିବେଶ ବେଶ ଉତ୍ସବ ମୁଖର ରହିଛି। ଭଦ୍ରକର ଅଧିଷ୍ଠାତ୍ରୀ ମାଆ ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭଦ୍ରକାଳୀ ଏଠି ଶାନ୍ତ ସୌମ୍ୟା ରୂପରେ ପୂଜା ପାଇଥାନ୍ତି । ହେଲେ ଆଜି ଗୋଟିଏ ଦିନ ପାଇଁ ମା’ ଉଗ୍ର ରୂପ ଧାରଣ କରିଥାନ୍ତି। ମାଆଙ୍କର ଏହି ବେଶ ଦେଖିବା ପାଇଁ ପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।

କଟକ ସହରରେ କାଳୀପୂଜା ପାଇଁ ୭୦ଟି ମଣ୍ଡପ ହୋଇଛି। ପୂଜା ସରିଥିଲେ ବି ଏହିସବୁ ମଣ୍ଡପରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମା’ ରହିବେ। ତେଣୁ ସବୁ ମଣ୍ଡପ ପାଖରେ ଗହଳି ଦେଖିବାକୁ ମିଳୁଛି । ଆକର୍ଷଣୀୟ ଆଲୋକ ସଜ୍ଜା ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଭିଡ ଜମୁଛି।

Related story