କମ୍ବିଂ ବେଳେ ୩ ଜଣଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ

ଭବାନୀପାଟଣା: କମ୍ୱିଂ ଅପରେସନ ବେଳେ ଫାୟାରିଂରେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମାନବାଧିକାର କମିଶନର ଏହି ମାମଲାର ହସ୍ତକ୍ଷେପ କରିଛନ୍ତି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ୪ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସଦର ବ୍ଲକ ବିଡିଓ ଘଟଣାସ୍ଥଳକୁ ଯାଇ ପ୍ରତି ମୃତକଙ୍କ ପରିବାର ବର୍ଗଙ୍କୁ ୧୫ ହଜାର ଟଙ୍କ। ଲେଖାଏଁ ପ୍ରଦାନ କରିଛନ୍ତି। […]

kalahandi

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 04:50 PM IST

ଭବାନୀପାଟଣା: କମ୍ୱିଂ ଅପରେସନ ବେଳେ ଫାୟାରିଂରେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମାନବାଧିକାର କମିଶନର ଏହି ମାମଲାର ହସ୍ତକ୍ଷେପ କରିଛନ୍ତି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ୪ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସଦର ବ୍ଲକ ବିଡିଓ ଘଟଣାସ୍ଥଳକୁ ଯାଇ ପ୍ରତି ମୃତକଙ୍କ ପରିବାର ବର୍ଗଙ୍କୁ ୧୫ ହଜାର ଟଙ୍କ। ଲେଖାଏଁ ପ୍ରଦାନ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକମାନେ ହେଲେ ସ୍ଥାନୀୟ ପଞ୍ଚଗୁଲର ୱାର୍ଡମେମ୍ୱର ଜୟଶଙ୍କର ନାୟକ, ଶୁକ୍ରୁ ମାଝି ଏବଂ ପଞ୍ଚୁ ମାଝି। ସେହିପରି ଆହତ ଦୁଇଜଣ ଅଜୁର୍ନ ମାଝି ଏବଂ ଲଛି ମାଝି ଚିକିତ୍ସିତ ହେଉଛନ୍ତି। ଆହତ ଅଜୁର୍ନଙ୍କ ନାକରେ ଗୁଳି ବାଜିଥିଲା ବେଳେ ଲଛିଙ୍କ ପିଠିରେ ଗୁଳି ବାଜିଛି। ମୃତାହତମାନେ ଜଙ୍ଗଲକୁ ଯାଇଥିବା ବେଳେ ମାଓବାଦୀ ସନ୍ଦେହରେ ସୁରକ୍ଷାବାହିନୀ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା।

Related story