କଟକ: ଆହ୍ଲାବାଦ ବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ଆହତ

କଟକ: କଟକ ଲିଙ୍କ୍ ରୋଡସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟାଙ୍କରେ ମୁତୟନ ହୋଇଥିବା ଘରୋଇ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ବ୍ୟାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସର ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ସୁବାସ ସ୍ୱାଇଁ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ମଧୁପାଟଣା ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘରୋଇ ସୁରକ୍ଷାକର୍ମୀ କମଳାକାନ୍ତ ମହାପାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା […]

allahabadbank

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 01:24 PM IST

କଟକ: କଟକ ଲିଙ୍କ୍ ରୋଡସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟାଙ୍କରେ ମୁତୟନ ହୋଇଥିବା ଘରୋଇ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ବ୍ୟାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସର ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ସୁବାସ ସ୍ୱାଇଁ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ମଧୁପାଟଣା ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘରୋଇ ସୁରକ୍ଷାକର୍ମୀ କମଳାକାନ୍ତ ମହାପାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ତାଙ୍କ ବନ୍ଧୁକ ଓ ଖୋକାକୁ ଜବତ କରିଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ବ୍ୟାଙ୍କରୁ କ୍ୟାସ୍ ଟ୍ରାନସଫର ହେଉଥିବା ସମୟରେ ସୁରକ୍ଷାକର୍ମୀ କମଳାକାନ୍ତ ମହାପାତ୍ର ତାଙ୍କ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲେ। ତେବେ ଅସାବଧାନତା କାରଣରୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିବା ସେଠାରେ ଉପସ୍ଥିତ କିଛି ଲୋକେ କହିଛନ୍ତି।

Related story