କଟକ: ମହାନଦୀରେ ବୁଡ଼ି ବାଳକର ମୃତ୍ୟୁ

କଟକ: କଟକରେ ମହାନଦୀର ସିସୋର ଘାଟରେ ଶୁକ୍ରବାର ଅପରାହ୍ନରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକର ନାଁ ବବ୍‌ଲୁ ଶୁକ୍ଳା। ତା’ ଘର ମଙ୍ଗଳାବାଗ ମଲ୍ଲା ସାହିରେ। ବବଲୁ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରେ ତାର ଗୋଡ଼ ଖସି ଯାଇଥିଲା।  ଫଳରେ ବୁଡ଼ି ଯାଇ ତା’ର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହୀନି ଓ ଓଡ୍ରାଫ ଟିମ୍ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲା। ବବ୍‌ଲୁର ଭାଇ […]

mahanadideath

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 01:15 PM IST

କଟକ: କଟକରେ ମହାନଦୀର ସିସୋର ଘାଟରେ ଶୁକ୍ରବାର ଅପରାହ୍ନରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକର ନାଁ ବବ୍‌ଲୁ ଶୁକ୍ଳା। ତା’ ଘର ମଙ୍ଗଳାବାଗ ମଲ୍ଲା ସାହିରେ। ବବଲୁ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରେ ତାର ଗୋଡ଼ ଖସି ଯାଇଥିଲା।  ଫଳରେ ବୁଡ଼ି ଯାଇ ତା’ର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହୀନି ଓ ଓଡ୍ରାଫ ଟିମ୍ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲା।

ବବ୍‌ଲୁର ଭାଇ ଜିତେନ୍ଦ୍ର କହିଛନ୍ତି,“ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ବବ୍‌ଲୁର ଜଣେ ସାଙ୍ଗ ଆସି କହିଲା ତମ ଭାଇ ନଦୀରେ ବୁଡ଼ି ଗଲା। ଆମେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି କ୍ୟାଣ୍ଟନମେଣ୍ଟ ପୋଲିସ୍‌କୁ ଫୋନ୍ କରି ଥିଲୁ। ପୋଲିସ୍ ପହଞ୍ଚିବା ପରେ ତା’ମୃତଦେହକୁ ଉଦ୍ଧାର କରାଯାଇଥିଲା।”

Related story