କାକଟପୁର ବିଡିଓଙ୍କୁ ଜିପିଇଓଙ୍କ ମାଡ ଅଭିଯୋଗ, ଥାନାରେ ଏତଲା

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବିଡିଓଙ୍କୁ ଜିପିଇଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ବିଡିଓ ସନ୍ତୋଷ ସାହୁ ଜିପିଇଓଙ୍କ ବିରୋଧରେ ପୁରୀ ଟାଉନ୍ ଥାନାରେ ଏ ନେଇ ଏତଲା ଦେଇଛନ୍ତି। ଗୁରୁବାର ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଏକ ବୈଠକ ଲାଗି କାକଟପୁର ବ୍ଲକ ବିଡିଓ, ଜିପିଇଓ ଏବଂ ଯନ୍ତ୍ରୀ ଏକାଠି ଆସିଥିଲେ। ତେବେ କୌଣସି କାରଣରୁ ବିଡିଓ ଓ ଜିପିଇଓଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲେ। ଏହାକୁ ନେଇ ପ୍ରଥମେ ଉଭୟଙ୍କ […]

puri

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 06:07 AM IST

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବିଡିଓଙ୍କୁ ଜିପିଇଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ବିଡିଓ ସନ୍ତୋଷ ସାହୁ ଜିପିଇଓଙ୍କ ବିରୋଧରେ ପୁରୀ ଟାଉନ୍ ଥାନାରେ ଏ ନେଇ ଏତଲା ଦେଇଛନ୍ତି।

ଗୁରୁବାର ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଏକ ବୈଠକ ଲାଗି କାକଟପୁର ବ୍ଲକ ବିଡିଓ, ଜିପିଇଓ ଏବଂ ଯନ୍ତ୍ରୀ ଏକାଠି ଆସିଥିଲେ। ତେବେ କୌଣସି କାରଣରୁ ବିଡିଓ ଓ ଜିପିଇଓଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲେ। ଏହାକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଜିପିଇଓ ତାଙ୍କୁ ମାଡ଼ ମାରିଥିଲେ ବୋଲି ବିଡିଓ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Related story