କେନ୍ଦୁଝର: ସ୍ୱାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲେ ୧୫ କାଉନସିଲର୍

କେନ୍ଦୁଝର: ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ କେନ୍ଦୁଝରଗଡ଼ ପୌର ପରିଷଦର ୧୫ ଜଣ କାଉନସିଲର କଳା ଦିବସ ପାଳନ କରିଛନ୍ତି। ସେମାନେ କଳାବ୍ୟାଜ୍ ପିନ୍ଧି ପୌର ପରିଷଦ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। କେନ୍ଦୁଝର ପୌରାଞ୍ଚଳ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନହିତକର ଯୋଜନାର ଅର୍ଥ ବାଟ ମାରଣା ହେଉଥିବା ଏହି କାଉନସିଲରମାନେ ଅଭିଯୋଗ କରିଛନ୍ତି। ପୌରାଧ୍ୟକ୍ଷ ମନଇଚ୍ଛା କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପୌରପାଳିକାରେ ହେଉଥିବା ବିଭିନ୍ନ ଦୁର୍ନୀତି […]

councellors

Rakesh Mallick
  • Published: Monday, 31 August 2015
  • , Updated: 01 September 2015, 05:20 AM IST

କେନ୍ଦୁଝର: ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ କେନ୍ଦୁଝରଗଡ଼ ପୌର ପରିଷଦର ୧୫ ଜଣ କାଉନସିଲର କଳା ଦିବସ ପାଳନ କରିଛନ୍ତି। ସେମାନେ କଳାବ୍ୟାଜ୍ ପିନ୍ଧି ପୌର ପରିଷଦ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। କେନ୍ଦୁଝର ପୌରାଞ୍ଚଳ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନହିତକର ଯୋଜନାର ଅର୍ଥ ବାଟ ମାରଣା ହେଉଥିବା ଏହି କାଉନସିଲରମାନେ ଅଭିଯୋଗ କରିଛନ୍ତି। ପୌରାଧ୍ୟକ୍ଷ ମନଇଚ୍ଛା କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପୌରପାଳିକାରେ ହେଉଥିବା ବିଭିନ୍ନ ଦୁର୍ନୀତି ଭିଜିଲାନ୍ସ ତଦନ୍ତ ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଏନେଇ ନିର୍ଦ୍ଦେଶ ଦିଆଯାଉ ନାହିଁ ବୋଲି ଏହି କାଉନସିଲରମାନେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ପୌର କାର୍ଯ୍ୟାଳୟ ପରିସରରେ ପୌର ଅଧ୍ୟକ୍ଷା ମୀନା ମାଝି ଜାତୀୟ ପତାକା ଉଡ଼ାଇ ସ୍ୱାୟତ ଶାସନ ଦିବସ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ସହିତ ପରିଷଦର ୪ କାଉନସିଲରଙ୍କ ସହିତ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ।

Related story