ଖୋର୍ଦ୍ଧା: ଡାକ୍ତରଖାନା ନିର୍ମାଣ ଲାଗି ଛତାବର ଅଞ୍ଚଳରେ ଗଛ କଟାକୁ ଗ୍ରାମବାସୀ ବିରୋଧ

ଖୋର୍ଦ୍ଧା: ଡାକ୍ତରଖାନା ନିର୍ମାଣ ଲାଗି ଛତାବର ଅଞ୍ଚଳରେ ଗଛ କଟାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହାକୁ ନେଇ ମଙ୍ଗଳବାର ବିନ୍ଧ୍ୟଗିରି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ଗଛ କଟା ବନ୍ଦ କରିଦିଆଯାଇଛି। ଚନ୍ଦକା ଅଭୟାରଣ୍ୟ ନିକଟ ଜଟଣୀ ନିର୍ବାଚନ ମଣ୍ଡଳୀ ବିନ୍ଧ୍ୟଗିରୀ ଗାଁ ନିକଟରେ ପ୍ରାୟ ୪୭ ଏକର ଗୋଚର ଜମିରେ ଗାଁ ଲୋକେ ଅନେକ ପ୍ରକାରର ଗଛ ଲଗାଇ ଏକ ଜଙ୍ଗଲ ସୃଷ୍ଟି କରିଥିଲେ। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ଓ ବନବିଭାଗ […]

protest aginst helth

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 02:59 PM IST

ଖୋର୍ଦ୍ଧା: ଡାକ୍ତରଖାନା ନିର୍ମାଣ ଲାଗି ଛତାବର ଅଞ୍ଚଳରେ ଗଛ କଟାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହାକୁ ନେଇ ମଙ୍ଗଳବାର ବିନ୍ଧ୍ୟଗିରି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ଗଛ କଟା ବନ୍ଦ କରିଦିଆଯାଇଛି।

ଚନ୍ଦକା ଅଭୟାରଣ୍ୟ ନିକଟ ଜଟଣୀ ନିର୍ବାଚନ ମଣ୍ଡଳୀ ବିନ୍ଧ୍ୟଗିରୀ ଗାଁ ନିକଟରେ ପ୍ରାୟ ୪୭ ଏକର ଗୋଚର ଜମିରେ ଗାଁ ଲୋକେ ଅନେକ ପ୍ରକାରର ଗଛ ଲଗାଇ ଏକ ଜଙ୍ଗଲ ସୃଷ୍ଟି କରିଥିଲେ। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ସମ୍ମାନ ପାଇଛନ୍ତି। ମାତ୍ର ଏବେ ଏହି ଜଙ୍ଗଲର ୨୦ ଏକର ଜାଗା ଉପରେ ଏକ ଆୟୁସ ଡାକ୍ତରଖାନା ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଥିବାରୁ ଲୋକ ଏହାକୁ ବିରୋଧ କରିଛନ୍ତି। ଆଜି ପ୍ରଶାସନ ପକ୍ଷରୁ ଜଙ୍ଗଲରୁ ଗଛ କଟା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଲୋକେ ଏହାକୁ ବିରୋଧ କରିବ ସହ ମେଳି ହୋଇଥିଲେ। ଗଛକୁ ଧରି ରହି ଏଠାରେ ଜଙ୍ଗଲ କାଟିବାକୁ ଦିଆଯିବ ନାହିଁ ବୋଲି କହିଥିଲେ।

Related story