ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ସିପିଆଇ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା, ଜିଲ୍ଲାର ସମସ୍ତ ଭୂମିହୀନଙ୍କୁ ୨୦ ଡିସିମିଲ ଜମି ସହିତ ଜମିପଟ୍ଟା ପ୍ରଦାନ, ସଅର ଜାତିକୁ ଆଦିବାସୀ ମାନ୍ୟତା ଭଳି ୭ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବରିଷ୍ଠ ସିପିଆଇ ନେତା ତଥା ରାଜ୍ୟ ସିପିଆଇ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ପାଇକରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା […]

khordharecpirarally

khordharecpirarally

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 03:37 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା, ଜିଲ୍ଲାର ସମସ୍ତ ଭୂମିହୀନଙ୍କୁ ୨୦ ଡିସିମିଲ ଜମି ସହିତ ଜମିପଟ୍ଟା ପ୍ରଦାନ, ସଅର ଜାତିକୁ ଆଦିବାସୀ ମାନ୍ୟତା ଭଳି ୭ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବରିଷ୍ଠ ସିପିଆଇ ନେତା ତଥା ରାଜ୍ୟ ସିପିଆଇ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ପାଇକରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ରାଜ୍ୟ ସରକାର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା ନ କଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିରେ ସିପିଆଇ ଆଦିବାସୀ ମହାସଭା ରାଜ୍ୟ ସଂପାଦକ ଆଶିଷ କାନୁନଗୋଙ୍କ ସହିତ ବହୁ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ସାମିଲ ହୋଇଥିଲେ। ଶେଷରେ ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos