କିରାଣିଙ୍କୁ ଓକିଲଙ୍କ ମାଡ଼ ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନ ଚେତାବନୀ ଦେଲା ଅମଲା ସଂଘ

ସମ୍ବଲପୁର: ସମ୍ବଲପୁର ସଦର ତହସିଲ ଅଫିସର ଜଣେ କନିଷ୍ଠ କିରାଣିଙ୍କୁ ଓକିଲଙ୍କ ମାଡ଼ ଓ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଅମଲା ସଂଘ ପକ୍ଷରୁ ଜିଲ୍ଲାରେ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତକାଲି ଏନେଇ ତହସିଲ ଅଫିସର କର୍ମଚାରୀ ଓ ଅମଲା ସଂଘର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଅଭିଯୁକ୍ତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଟାଉନ ଥାନାରେ ସଂଘ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ସଂପୃକ୍ତ ଓକିଲଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ […]

sambalpur

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 10:02 AM IST

ସମ୍ବଲପୁର: ସମ୍ବଲପୁର ସଦର ତହସିଲ ଅଫିସର ଜଣେ କନିଷ୍ଠ କିରାଣିଙ୍କୁ ଓକିଲଙ୍କ ମାଡ଼ ଓ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଅମଲା ସଂଘ ପକ୍ଷରୁ ଜିଲ୍ଲାରେ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତକାଲି ଏନେଇ ତହସିଲ ଅଫିସର କର୍ମଚାରୀ ଓ ଅମଲା ସଂଘର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

ଅଭିଯୁକ୍ତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଟାଉନ ଥାନାରେ ସଂଘ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ସଂପୃକ୍ତ ଓକିଲଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ କରାଯାଇଛି।

Related story