କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର, ରୋଗୀ ହନ୍ତସନ୍ତ

କୋଣାର୍କ: ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ। ବିଶ୍ୱ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ଲାଗି ରହିଛି ଏ ସମସ୍ୟା। ହସ୍ପିଟାଲରେ ୩ଟି ଡାକ୍ତର ପଦବି ରହିଥିଲେ ବି ଜଣେ ହେଲେ ସ୍ଥାୟୀ ଡାକ୍ତର ନାହାନ୍ତି। ଫଳରେ କୋଣାର୍କ ଏନ୍ଏସିର ୧୩ଟି ୱାର୍ଡ ସମେତ ଆଖପାଖ ୬ଟି ପଞ୍ଚାୟତର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତର ଓ କର୍ମଚାରୀ ଅଭାବରୁ ଡାକ୍ତରଖାନାର ଅଧିକାଂଶ ବିଭାଗରେ ତାଲା ଝୁଲୁଛି। ସେପଟେ ନବକଳେବର […]

konark

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 08:42 AM IST

କୋଣାର୍କ: ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ। ବିଶ୍ୱ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ଲାଗି ରହିଛି ଏ ସମସ୍ୟା। ହସ୍ପିଟାଲରେ ୩ଟି ଡାକ୍ତର ପଦବି ରହିଥିଲେ ବି ଜଣେ ହେଲେ ସ୍ଥାୟୀ ଡାକ୍ତର ନାହାନ୍ତି। ଫଳରେ କୋଣାର୍କ ଏନ୍ଏସିର ୧୩ଟି ୱାର୍ଡ ସମେତ ଆଖପାଖ ୬ଟି ପଞ୍ଚାୟତର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତର ଓ କର୍ମଚାରୀ ଅଭାବରୁ ଡାକ୍ତରଖାନାର ଅଧିକାଂଶ ବିଭାଗରେ ତାଲା ଝୁଲୁଛି। ସେପଟେ ନବକଳେବର ସମୟରେ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃ ମଙ୍ଗଳ ଡାକ୍ତରଖାନା ମଧ୍ୟ ଏଯାଏଁ ଉଦଘାଟିତ ହୋଇପାରନି। ତୁରନ୍ତ ସମସ୍ୟା ଦୂର କରାନଗଲେ ଆଗମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କୋଣାର୍କ ସୁରକ୍ଷା ସମିତି।

Related story