ମହିଳା ମାଓବାଦୀ ଧନମତୀର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ତାଙ୍କ ନାଁ ଧନମତୀ ଭଜର। ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସେ ଆହତ ହୋଇଥିଲେ। କୁଡୁମୁଲୁଗୁମ୍ମା କମିଟି ପାଇଁ ଧନମତୀ କାର୍ଯ୍ୟ କରୁଥିଲେ। ସେହିପରି ଆଜି ୯୪ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଅକ୍ଟବୋର ୩୧ ତାରିଖରେ ଜଣେ ମହିଳା କ୍ୟାଡର ମାଓବାଦୀ ପାଲୋ ରାଉରକେଲା ପୋଲିସ୍‌ ନିକଟରେ […]

mao

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 08:52 PM IST

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ତାଙ୍କ ନାଁ ଧନମତୀ ଭଜର।

ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସେ ଆହତ ହୋଇଥିଲେ। କୁଡୁମୁଲୁଗୁମ୍ମା କମିଟି ପାଇଁ ଧନମତୀ କାର୍ଯ୍ୟ କରୁଥିଲେ।

ସେହିପରି ଆଜି ୯୪ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

ଅକ୍ଟବୋର ୩୧ ତାରିଖରେ ଜଣେ ମହିଳା କ୍ୟାଡର ମାଓବାଦୀ ପାଲୋ ରାଉରକେଲା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

Related story