ନବରଙ୍ଗପୁର : ୩ ମାସରେ ୨୨ ଶିଶୁଙ୍କ ମୃତ୍ୟୁ

ନବରଙ୍ଗପୁର:  କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ନବରଙ୍ଗପୁରରେ ମଧ୍ୟ  ଶିଶୁ ମୃତ୍ୟୁହାର ଉଦବେଗଜନକ ହୋଇଛି । ନବରଙ୍ଗପୁର ଓ ଉମରକୋଟ ଡାକ୍ତରଖାନାରେ ଥିବା ଏସ୍ଏନସିୟୁରେ ଗତ ୩ ମାସରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।  ଜିଲ୍ଲାରେ ଭିତ୍ତିଭୂମି ଓ କର୍ମଚାରୀ ଅଭାବ, ସଚେତନତାର ଅଭାବ ତଥା  ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବା କାରଣରୁ ଶିଶୁ ମୃତ୍ୟୁହାର ବଢ଼ୁଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ଏନସୟୁର କାର୍ଯ୍ୟରତ ଡାକ୍ତର […]

nabaragapur

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 04:57 AM IST

ନବରଙ୍ଗପୁର:  କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ନବରଙ୍ଗପୁରରେ ମଧ୍ୟ  ଶିଶୁ ମୃତ୍ୟୁହାର ଉଦବେଗଜନକ ହୋଇଛି । ନବରଙ୍ଗପୁର ଓ ଉମରକୋଟ ଡାକ୍ତରଖାନାରେ ଥିବା ଏସ୍ଏନସିୟୁରେ ଗତ ୩ ମାସରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।  ଜିଲ୍ଲାରେ ଭିତ୍ତିଭୂମି ଓ କର୍ମଚାରୀ ଅଭାବ, ସଚେତନତାର ଅଭାବ ତଥା  ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବା କାରଣରୁ ଶିଶୁ ମୃତ୍ୟୁହାର ବଢ଼ୁଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ଏନସୟୁର କାର୍ଯ୍ୟରତ ଡାକ୍ତର ଯୁଗଳ ବେହେରା। ଏହି ଏସଏନସିୟୁରେ ମାତ୍ର ୧୨ଟି ବେଡ୍ ଥିବା ବେଳେ ୨୦ରୁ ଅଧିକ ଶିଶୁଙ୍କୁ ଭର୍ତ୍ତି କରାଯାଉଛି।  ଡାକ୍ତରଖାନାରେ ଅଳ୍ପ କର୍ମଚାରୀଙ୍କୁ ନେଇ ପରିଚାଳନା କରିବା ଛଡା ଉପାୟ କିଛିନାହିଁ ବୋଲି ସେ କହିଛନ୍ତି।

Related story