ନୟାଗଡ଼: ୧୪ ଫୁଟର ଅହିରାଜ ସାପ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟ ପଥରା ଗାଁରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଚାଷ ଜମି ନିକଟରେ ଥିବା ଏକ ପରିତ୍ୟକ୍ତ ବାମ୍ପିରେ ସାପଟି ପଡିଯାଇଥିଲା। ସାପଟିକୁ ଦେଖି ସ୍ଥାନୀୟ ଲୋକ ପିପୁଲ ଫର୍ ଆନିମଲ୍ ଓ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ, ପିପୁଲ ଫର୍ ଆନିମଲ୍ କର୍ମକର୍ତ୍ତା ସେଠାରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ସାପଟିକୁ ଦେଖିବା  ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗହଳି […]

s

Rakesh Mallick
  • Published: Thursday, 17 March 2016
  • , Updated: 26 March 2017, 02:21 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟ ପଥରା ଗାଁରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଚାଷ ଜମି ନିକଟରେ ଥିବା ଏକ ପରିତ୍ୟକ୍ତ ବାମ୍ପିରେ ସାପଟି ପଡିଯାଇଥିଲା। ସାପଟିକୁ ଦେଖି ସ୍ଥାନୀୟ ଲୋକ ପିପୁଲ ଫର୍ ଆନିମଲ୍ ଓ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ, ପିପୁଲ ଫର୍ ଆନିମଲ୍ କର୍ମକର୍ତ୍ତା ସେଠାରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ସାପଟିକୁ ଦେଖିବା  ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗହଳି ହୋଇଥିଲା। ଉଦ୍ଧାର ପରେ ଅହିରାଜକୁ ଜଙ୍ଗଲରେ ଛାଡି ଦିଆଯାଇଛି।

 

 

 

Related story