ଅନୁଗୋଳ: କୁଶକିନା ଗାଁର ନିଖୋଜ ୨ ଯୁବକଙ୍କୁ ସନ୍ଧାନ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରି ମହିଳା କଂଗ୍ରେସ ଏସପିଙ୍କ ଦ୍ୱାରସ୍ଥ ହୋଇଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ନିଖୋଜ ଯୁବକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝସକେତନ ରାଉତ ନାମକ ଜଣେ ବ୍ୟବସୟୀ ଜମି ଜମା ବିବାଦ ଓ ଅର୍ଥ କାରବାରକୁ ନେଇ ଯୋଗେଶ୍ୱର ସାହୁ ଏବଂ ହରିଣ୍ୟାକ୍ଷ ସାହୁଙ୍କୁ ଅପହରଣ କରି ନେଇଛନ୍ତି। ଏ ନେଇ ଜରପଡା ଥାନାରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଏଯାଏଁ ନିଖୋଜଙ୍କ କୌଣସି ପତ୍ତା ମିଳୁ ନ ଥିବା ପରିବା ଲୋକେ ଏସ୍ପିଙ୍କୁ କହିଛନ୍ତି।