ନୀଳଗିରି: ଗଛ କଟା ପ୍ରତିବାଦରେ ରାସ୍ତାରୋକ

ନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଘାସଚାଷ ନାଁରେ ଗଛ କଟାଯିବା ପ୍ରତିବାଦରେ ଆଜି ଅଭୟାରଣ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ସଜନାଗଡ଼ଠାରେ ରାସ୍ତାରୋକ କରାଯାଇଛି। ଗଡ଼ଜାତ ମିଶ୍ରଣ ସମୟରେ ହୋଇଥିବା ଚୁକ୍ତିକୁ ସରକାର ଉଲ୍ଲଂଘନ କରି ଗଡ଼ଜାତବାସୀଙ୍କୁ କାଠ, ପଥର ଦେଉ ନ ଥିବା ଓ ବନ ବିଭାଗ ହଜାର ହଜାର ଗଛ କାଟି ମାଫିଆଙ୍କ ସହାୟତାରେ ଚାଲାଣ କରୁଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏପରି ଅନିୟମିତତାରେ ସମ୍ପୃକ୍ତ ଥିବା କୁଲଡିଆ ରେଞ୍ଜର ଓ ଡିଏଫ୍‌ଙ୍କୁ […]

nilagiri

Rakesh Mallick
  • Published: Thursday, 29 September 2016
  • , Updated: 29 September 2016, 11:08 AM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଘାସଚାଷ ନାଁରେ ଗଛ କଟାଯିବା ପ୍ରତିବାଦରେ ଆଜି ଅଭୟାରଣ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ସଜନାଗଡ଼ଠାରେ ରାସ୍ତାରୋକ କରାଯାଇଛି।

ଗଡ଼ଜାତ ମିଶ୍ରଣ ସମୟରେ ହୋଇଥିବା ଚୁକ୍ତିକୁ ସରକାର ଉଲ୍ଲଂଘନ କରି ଗଡ଼ଜାତବାସୀଙ୍କୁ କାଠ, ପଥର ଦେଉ ନ ଥିବା ଓ ବନ ବିଭାଗ ହଜାର ହଜାର ଗଛ କାଟି ମାଫିଆଙ୍କ ସହାୟତାରେ ଚାଲାଣ କରୁଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

ଏପରି ଅନିୟମିତତାରେ ସମ୍ପୃକ୍ତ ଥିବା କୁଲଡିଆ ରେଞ୍ଜର ଓ ଡିଏଫ୍‌ଙ୍କୁ ତୁରନ୍ତ ବଦଳି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Related story